ସିଏମ୍‌ସି ପାଇଁ କୋହଳ ନିୟମ

କଟକ ଅଫିସ,୨୩ା୬:ମୋଟର ଯାନ ଆଇନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛି କଟକ ମହାନଗର ନିଗମ( ସିଏମ୍‌ସି)। ସିଏମ୍‌ସି ପକ୍ଷରୁ ଚାଲୁଥିବା ଆମ୍ବୁଲାନ୍ସ ଦୀର୍ଘ ୯ବର୍ଷ ହେବ ଫିଟନେସ୍‌ ସାର୍ଟିଫିକେଟ ବିନା ଚାଲୁଛି। ଏପରି କି ଉକ୍ତ ଗାଡ଼ିର ପ୍ରପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ସାର୍ଟିଫିକେଟ ମଧ୍ୟ ନାହିଁ। ଫଳରେ ପ୍ରଚୁର ମାତ୍ରାରେ ଧୂଆଁ ବାହାରି ପରିବେଶକୁ ଦୂଷିତ କରୁଛି। ଏନେଇ ସିଏମ୍‌ସି ସହକାରୀ ଯନ୍ତ୍ରୀ ଶ୍ରବଣ କୁମାର ମହାନ୍ତିଙ୍କୁ ପଚାରିବାରୁ କୋଭିଡ୍‌ କାରଣରୁ ଶ୍ମଶାନକୁ ମୃତଦେହ ନେବା ପାଇଁ ଗାଡ଼ିର ଆବଶ୍ୟକତା ପଡ଼ିବାରୁ ଉକ୍ତ ଆମ୍ବୁଲାନ୍ସକୁ ବ୍ୟବହାର କରାଯାଉଛି ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି।
ଏମ୍‌-ପରିବହନ ଆପ୍‌ରୁ ମିଳିଥିବା ସୂଚନାଅନୁଯାୟୀ ସିଏମ୍‌ସିରେ ବ୍ୟବହାର ହେଉଥିବା ଟାଟା ୱିଙ୍ଗର ଆମ୍ବୁଲାନ୍ସ(ଓଆର୍‌୦୫-ଏଏଲ୍‌-୭୪୨୦) ୨୦୧୦ ସେପ୍ଟେମ୍ବର ୨୫ରେ ପଞ୍ଜୀକୃତ ହୋଇଥିଲା। ଉକ୍ତ ଗାଡ଼ିର ଫିଟ୍‌ନେସ୍‌ ସାର୍ଟିଫିକେଟ ୨୦୧୨ ସେପ୍ଟେମ୍ବର ୨୩ରୁ ଶେଷ ହୋଇଥିବାବେଳେ ପିୟୁସି ସାର୍ଟିଫିକେଟ ମଧ୍ୟ ନାହିଁ। ପରିବହନ ବିଭାଗର ନିୟମକୁ ଅବମାନନା କରି ସହରରେ ଉକ୍ତ ଆମ୍ବୁଲାନ୍ସ ବେଧଡ଼କ ଚଳାଚଳ କରୁଛି। ଗାଡିର ସମ୍ମୁଖ ପାର୍ଶ୍ୱରେ ସ୍ବର୍ଗ ରଥ ଲେଖାଯାଇଥିବାବେଳେ ପଛ ପାଖରେ ଅମ୍ବୁଲାନ୍ସ ଲେଖାଯାଇଛି। ଏସମ୍ବନ୍ଧରେ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଆପଣଙ୍କ ଜରିଆରେ ଏ ବାବଦରେ ଆମେ ଜାଣିବାକୁ ପାଇଲୁ। ଉକ୍ତ ଗାଡ଼ି ସମେତ ସିଏମ୍‌ସିର ଅନ୍ୟ ସବୁ ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌, ପଲ୍ୟୁଶନ୍‌ ସାର୍ଟିଫିକେଟ, ଇନ୍‌ସ୍ୟୁରାନ୍ସ ଆଦି କାଗଜପତ୍ର ଠିକ୍‌ କରିବାକୁ ସିଏମ୍‌ସିକୁ ପତ୍ର ଲେଖିବୁ ବୋଲି କହିଛନ୍ତି। ପରିବହନ ବିଭାଗ ସାଧାରଣ ଲୋକଙ୍କ ଗାଡ଼ିର କାଗଜପତ୍ର ଯାଞ୍ଚକୁ କଡ଼ାକଡ଼ି କରି ଜରିମାନା ଆଦାୟ କରୁଥିବାବେଳେ ସିଏମ୍‌ସି ପ୍ରତି ଏତେ ନରମ ମନୋଭାବ କାହିଁକି ପୋଷଣ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri