କଟକ-ଚାନ୍ଦବାଲି ରାସ୍ତା ବୃକ୍ଷଶୂନ୍ୟ

କେନ୍ଦ୍ରାପଡ଼ା ଅଫିସ, ୨୧ା୧: ଜାନୁୟାରୀ ଅଧାରୁ ଶୀତ ଉଭାନ ହୋଇଛି ା ଆଗକୁ ଆସୁଛି ଖରାଦିନ ା ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚତ୍ବା ଏକ ସାଧାରଣ ଘଟଣା ା ଏହା ଜାଣିବା ସତ୍ତ୍ୱେ କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ ବନୀକରଣ ପାଇଁ ପଦକ୍ଷେପ ନିଆଯାଉ ନାହିଁ ା ୧୬ ବର୍ଷ ପୂର୍ବେ ଏହି ରାସ୍ତାର ନବୀକରଣ ସମୟରେ କଟା ଯାଇଥିବା ଗଛ ଅଦ୍ୟାବଧି ଭରଣା ହୋଇ ନ ଥିବାରୁ ଚଳିତ ବର୍ଷ ରାଜ୍ୟ ରାଜପଥର ଯାତ୍ରୀଙ୍କୁ ଖରା ବାଧିବ ବୋଲି ସାଧାରଣ ଲୋକ ଉଦ୍‌ବେଗ ପ୍ରକାଶ କରିଛନ୍ତି ା
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ୨୦୦୬ରେ ଏହି ରାସ୍ତାକୁ ରାଜ୍ୟ ରାଜପଥର ମାନ୍ୟତା ଦେଇ ନବୀକରଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ା ଏହି ବର୍ଷ ଟେଣ୍ଡର ହୋଇ ମାତ୍ର ୩ ବର୍ଷ ମଧ୍ୟରେ ପ୍ରଶସ୍ତ ରାସ୍ତା ସହ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥା ସହିତ ଚୁକ୍ତି ହୋଇଥିଲା ା ଏଥିପାଇଁ ତତ୍କାଳୀନ ସମୟରେ କଟକ ଓ କେନ୍ଦ୍ରାପଡ଼ା ଜିଲାର ୯୫ଟି ଗ୍ରାମର ଜନବସତିକୁ ସ୍ଥାନାନ୍ତର ସହ ଦୋକାନ ବଜାର ଭଙ୍ଗାଯାଇ ଜମି ଅଧିଗ୍ରହଣ ହୋଇଥିଲା ା ଏପରି କି ରାସ୍ତା ପ୍ରଶସ୍ତୀକରଣ ପାଇଁ ୬୪ଟି ଧର୍ମପୀଠ ଓ ଅନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଥିଲା ା ଏହା ସହିତ କଟକ ଜିଲାର ଜଗତପୁର ଠାରୁ ଭାୟା କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଦେଇ ଚାନ୍ଦବାଲି ପର୍ଯ୍ୟନ୍ତ ରାସ୍ତାର ପାର୍ଶ୍ୱରେ ଥିବା ବହୁ ପ୍ରାଚୀନ ଚାକୁଣ୍ଡା, ଆମ୍ବ, ଲିମ୍ବ, କରଞ୍ଜ ଆଦି ଗଛକୁ ହଣା ଯାଇଥିଲା ା ଏପରି କି ରାଜକନିକା ବ୍ଲକ ଅଞ୍ଚଳରେ ଥିବା ହଜାର ହଜାର ଫଳନ୍ତି ନଡିଆ ଗଛକୁ କଟାଯାଇଛି ା ଏହି ଘଟଣାକୁ ଇତିମଧ୍ୟରେ ୧୬ ବର୍ଷ ବିତିଛି ା ବିଭିନ୍ନ କାରଣରୁ କାର୍ଯ୍ୟ ବନ୍ଦ ରହିଥିବା ଏହି ରାସ୍ତାର ନିର୍ମାଣ ୫ ବର୍ଷ ପୂର୍ବେ ସରିଛି ା ରାସ୍ତା ନିର୍ମାଣ ପରେ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଗୋଟିଏ ବି ଗଛ ନାହିଁ ା ଫଳରେ ଆସନ୍ତା ଖରାଦିନ ଯାତ୍ରୀଙ୍କ ପାଇଁ ଖରାପ ସମୟ ଆସୁଛି ବୋଲି ସେ ମତ ଦେଇଛନ୍ତି ା ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ରାସ୍ତା ନବୀକରଣ ସମୟରେ ପରିବେଶକୁ ବିଶେଷ ଭାବେ ଧ୍ୟାନ ଦିଆଯାଇଥାଏ ା ରାସ୍ତା ପାର୍ଶ୍ୱରୁ ଗୋଟିଏ ଗଛ କଟାଗଲେ ୧୦ ଗୁଣା ଗଛ ଲଗାଇବା ପାଇଁ ପ୍ରାବଧାନ ଅଛି ା ଯାହା ଜଗତପୁର-ଚାନ୍ଦବାଲି ରାଜ୍ୟ ରାଜପଥରେ ଲାଗୁ ହୋଇନାହିଁ ା ଶହ ଶହ ବର୍ଷର ଫଳନ୍ତି ଗଛ କଟାଯାଇଛି ା ଏହାର ଭରଣା ହୋଇନାହିଁ ା ଅପରପକ୍ଷେ ରାସ୍ତା ନିକଟରେ ସରକାରୀ ଯୋଜନାରେ କେତେକ ଆକାଶୀ ଗଛ ଲଗାଯାଉଛି ା ଯାହା ପରିବେଶର ସୁରକ୍ଷା ପାଇଁ ଯଥେଷ୍ଟ ନୁହେଁ ା ଗମନାଗମନର ବିକାଶକୁ ସମସ୍ତେ ସ୍ବାଗତ କରୁଛନ୍ତି ା ଆବଶ୍ୟକ ମୁତାବକ ଗଛ କଟାଯାଉଛି ା ତେବେ ଏହାର ଭରଣା ହେଉ ନ ଥିବାରୁ ପ୍ରାକୃତିକ ବିପର୍ଯ୍ୟୟର ଶିକାର ଜୀବଜଗତ ହେଉଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ା ସେହିପରି ରାଜକନିକାସ୍ଥିତ ସମ୍ଭାବନା ଅନୁଷ୍ଠାନର ସ୍ବେଚ୍ଛାସେବୀ ଶ୍ରୀକାନ୍ତ ନାୟକ କହିଛନ୍ତି, ବ୍ଲକ ଅଞ୍ଚଳର ଏହି ରାସ୍ତାର ବନୀକରଣ ନାମରେ ଆସିଥିବା ୮୭ ଲକ୍ଷ ଟଙ୍କା ହରିଲୁଟ ହୋଇଛି ା ବ୍ଲକ ଅଞ୍ଚଳ ରାସ୍ତାର ଦୁଇ ପାର୍ଶ୍ୱରେ ୩୧୦୦ ନଡିଆ ଗଛ ଲଗାଇବା ପାଇଁ ଦୁଇ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିଲା ା ତେବେ ନିମ୍ନମାନର ଗଛ ଓ ରକ୍ଷଣାବେକ୍ଷଣ ପାଇଁ ସମୁଦାୟ ୩୧ଟି ଗଛ ମଧ୍ୟ ରାସ୍ତାରେ ନାହିଁ ା ଏଥିପାଇଁ ସମ୍ଭାବନା ପକ୍ଷରୁ ଆନ୍ଦୋଳନ ସହିତ ଅନଶନ ହୋଇଥିଲା ା ତତ୍କାଳୀନ ଜିଲାପାଳ ରେଘୁଜି ଏହାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ା ଅପରପକ୍ଷେ ନିମ୍ନମାନର କାର୍ଯ୍ୟ ହୋଇଥିବା ବନ ବିଭାଗ ପକ୍ଷରୁ ତଦନ୍ତ ପରେ ଆରଡିସିଙ୍କୁ ରିପୋର୍ଟ ଯାଇଛି ା ଏହାକୁ ନେଇ ସମ୍ଭାବନା ଅନୁଷ୍ଠାନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ପ୍ରକାଶ କରିଛନ୍ତି ା ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ରାଜ୍ୟ ରାଜପଥ ବନୀକରଣକୁ ନେଇ ହୋଇଥିବା ଅଭିଯୋଗର କିଛି ମାତ୍ରାରେ ତଦନ୍ତ ହୋଇଛି ା ଏହି ତଦନ୍ତ ଶେଷ ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।