ସମସ୍ତଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୮।୪: ଆଇପିଏଲ ୨୦୨୨ର ୪୦ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ବୋଲର ଉମରାନ ମଲିକ ପାଞ୍ଚଟି ଉଇକେଟ ନେଇଛନ୍ତି। ସେ ୪ ଜଣ ଖେଳାଳିଙ୍କୁ ବୋଲ୍ଡ କରିଥିଲେ। ସେ ମ୍ୟାଚ ଶେଷ ପର୍ଯ୍ୟନ୍ତ ଏକାକୀ ଗୁଜରାଟ ବିପକ୍ଷରେ ଲଢି ସମସ୍ତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ।
ପ୍ରଥମ ଥର ପାଇଁ ଟି-୨୦ କ୍ରିକେଟରେ ଉମରାନ ପାଞ୍ଚଟି ଉଇକେଟ ନେଇଛନ୍ତି। ଏକ ଆଇପିଏଲ ମ୍ୟାଚରେ ୪ ଜଣ ଖେଳାଳିଙ୍କୁ ବୋଲ୍ଡ କରିବାରେ ଉମରାନ ହେଉଛନ୍ତି ତୃତୀୟ ବୋଲର। ଏହାପୂର୍ବରୁ ଲାସିଥ ମାଲିଙ୍ଗା ୨୦୧୧ରେ ଏବଂ ୨୦୧୨ରେ ସିଦ୍ଧାର୍ଥ ତ୍ରିବେଦୀ ଏହା କରିଥିଲେ। ଗୁଜରାଟ ବିପକ୍ଷରେ ଚାରି ଓଭରରେ ଉମରନ ୨୫ ରନ ଦେଇ ପାଞ୍ଚ ଉଇକେଟ ନେଇଥିଲେ। ଜଣେ ଅନ୍‌କ୍ୟାପ୍‌ଡ୍‌ ଖେଳାଳିଙ୍କ ଦ୍ୱାରା ଏହା ହେଉଛି ତୃତୀୟ ସର୍ବୋତ୍ତମ ପ୍ରଦର୍ଶନ। ତାଙ୍କ ଅପେକ୍ଷା ଭଲ, କେବଳ ଅଙ୍କିତ ରାଜପୁତ (୫/୧୪) ୨୦୧୮ରେ ଏବଂ ବରୁଣ ଚକ୍ରବର୍ତ୍ତୀ (୫/୨୦) ୨୦୨୦ରେ କରିଥିଲେ।

Share