ପ୍ରୀତି ଜିଣ୍ଟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଏହି କ୍ରିକେଟର,ଲେଖିଲେ ଏମିତି କିଛି…

ମୁମ୍ବାଇ: ଆଜି ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କ ଜନ୍ମଦିନ। ଏହି ଅବସରରେ ପ୍ରୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟର ଯୁବରାଜ ସିଂହ। ସେ କ୍ୟାପଶନ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ତୁମ ପାଇଁ ଆଗାମୀ ଦିନଗୁଡ଼ିକ ଶୁଭଙ୍କର ହେଉ। ତୁମ ଗାଲରେ ଏମିତି ଡିମ୍ପଲ ସବୁଦିନ ରହୁ। ଜନ୍ମଦିନର ଢେରସାରା ଶୁଭେଚ୍ଛା ଓ ଶୁଭକାମନା।
ଡିମ୍ପଲ ଗର୍ଲ ପ୍ରୀତି ଫିଲ୍ମ ଜଗତରେ ଯେତିକି ପରିଚିତ କ୍ରିକେଟ ଜଗତରେ ମଧ୍ୟ ସେତିକି ପରିଚିତ। ପ୍ରୀତି ଆଇପିଏଲରେ କିଙ୍ଗ୍‌ସ ଇଲେଭେନ ପଞ୍ଜାବର ମାଲିକାଣୀ ଅଟନ୍ତି। ସେ ପ୍ରତି ମ୍ୟାଚରେ ନିଜ ଟିମ୍‌କୁ ଉତ୍ସାହିତ କରିଥାନ୍ତି। ଆଜି ଅର୍ଥାତ୍‌ ୩୧ ଜାନୁୟାରୀରେ ତାଙ୍କ ଜନ୍ମଦିନ। ଏହି ଅବସରରେ ଯୁବରାଜ ତାଙ୍କୁ ଏପରି ଶୁଭେଚ୍ଛା ଜଣାଇଛନ୍ତି।

ଯୁବରାଜ ପ୍ରୀତିଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ପ୍ରୀତିଙ୍କର ଭାରତୀୟ କ୍ରିକେଟ ଟିମ୍‌ର ପ୍ରତ୍ୟେକ ସଦସ୍ୟଙ୍କ ସହ ସୁସମ୍ପର୍କ ରହିଛି। ଅନ୍ୟ କ୍ରିକେଟରମାନେ ମଧ୍ୟ ପ୍ରୀତିଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରୀତି ୨୦୦୮ରେ ନେସ ଓ୍ବାଡିଆ, ମୋହିତ ବର୍ମନ ଏବଂ ଅନ୍ୟମାନଙ୍କ ସହ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) କିଙ୍ଗ୍‌ସ ଇଲେଭେନ୍‌ ୨୦-୨୦ କ୍ରିକେଟ ଟିମ୍‌ର ମାଲିକାଣୀ ହୋଇଥିଲେ। ୨୦୦୯ ପର୍ଯ୍ୟନ୍ତ ପ୍ରୀତି ଆଇପିଏଲ୍‌ ଟିମ୍‌ର ମାଲିକାଣୀ ଥିଲେ। ଆଜି ବି ନିଜର ଟିମ୍‌ ସହିତ ସେ ମ୍ୟାଚ୍‌ ସମୟରେ ନଜର ଆସୁଛନ୍ତି। ଗତବର୍ଷ ମୁମ୍ବାଇରେ ଖେଳାଯାଇଥିବା ଆଇପିଏଲ୍‌ ୨୦-୨୦ ମ୍ୟାଚ୍‌ରେ ପ୍ରୀତିଙ୍କୁ ଦେଖିବାକୁ ମିଳିଥିଲା।

Share