Categories: ଖେଳ

୧୨ ଲକ୍ଷ ଟଙ୍କାର ଜରିମାନା ଦେବେ ଏହି କ୍ରିକେଟର୍‌

ୟୁଏଇ,୨୨।୯: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ସୁପର ରୋମାଞ୍ଚକର ମ୍ୟାଚର ଶେଷ ଓଭରରେ ଯୁବ ବୋଲର କାର୍ତ୍ତିକ ତ୍ୟାଗି ଚମତ୍କାର ବୋଲିଂ କରିଥିଲେ। କିନ୍ତୁ ଏହି ମ୍ୟାଚ ଜିତିବାରେ ରାଜସ୍ଥାନ ରୟାଲ୍ସ ଓଭରକୁ ଟିକେ ଧୀର ବୋଲିଂ କରିଥିଲା । ମ୍ୟାଚ ସମୟରେ ମନ୍ଥର ଓଭର ହାର ବଜାୟ ରଖିଥିବାରୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କୁ  ଜରିମାନା ଲାଗିଛି।   ମାତ୍ର ୨ ରନ୍ରେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ ଜିତିଛି।
ଆଇପିଏଲ ପରିଚାଳନା ପରିଷଦ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଯେହେତୁ ସର୍ବନିମ୍ନ ଓଭର ରେଟ ଅପରାଧ ସହ ଜଡିତ ଆଇପିଏଲ ଆଚରଣ ସଂହିତା ଅନୁଯାୟୀ ଏହା ତାଙ୍କ ଦଳର ପ୍ରଥମ ଅପରାଧ ଥିଲା। ସଞ୍ଜୁ ସାମସନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

Share