Categories: ଖେଳ

୧୪ ବଲ୍‌ରେ ବିସ୍ଫୋରକ ୭୬ ରନ୍‌ର ଇନିଂସ ଖେଳି ଚକିତ କଲେ ଏହି କ୍ରିକେଟର୍‌

ବାରବାଡେସ୍‌,୨୭।୮: ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ରେ କାରିବିଆନ ଦଳ ୨୦ ରନ୍‌ରେ ଜିତିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୫ ଉଇକେଟ ହରାଇ ୨୨୪ ରନ ସଂଗ୍ରହ କରିଥିଲା। ରୋଭମାନ ପାଓ୍ବେଲଙ୍କ ବିସ୍ଫୋରକ ଶତକ ଏବଂ ନିକୋଲାସ ପୁରାନଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଏବେ ବଡ଼ ଟାର୍ଗେଟ୍‌ ଛିଡା କରିପାରି ଥିଲା। ଟାର୍ଗେଟକୁ ପିଛା କରି ଇଂଲଣ୍ଡ ନଅ ଉଇକେଟ ହରାଇ ମାତ୍ର ୨୦୪ ରନ ସ୍କୋର କରିପାରିଥିଲା। ଟମ ବେଣ୍ଟନ ଏବଂ ଫିଲିପ ସଲ୍ଟ ଇଂଲଣ୍ଡ ପାଇଁ ଅର୍ଦ୍ଧଶତକ ଖେଳିଥିଲେ ମଧ୍ୟ ଦଳ ଜିତିବାରେ ବିଫଳ ହୋଇଥିଲା।
ୱେଷ୍ଟଇଣ୍ଡିଜ ଭଲ ଆରମ୍ଭ କରି ନ ଥିଲା। ଓପନର୍ସ ବ୍ରାଣ୍ଡାନ କିଙ୍ଗ (୧୦) ଏବଂ ଶାଇ ହୋପ (୪) ଆଉଟ ହୋଇଥିଲେ। ଏହା ପରେ ନିକୋଲାସ ପୁରନ ଏବଂ ରୋଭମାନ ପାଓ୍ବେଲ ପଡିଆକୁ ଆସିଥିଲେ। ତୃତୀୟ ଉଇକେଟ ପାଇଁ ଉଭୟ ୧୨୨ ରନର ଭାଗିଦାରୀ କରିଥିଲେ। ପାଓ୍ବେଲ୍‌ ୪ଟି ଚୌକା ଓ ୧୦ ଛକା ସହାୟତାରେ ୫୩ ବଲରେ ୧୦୭ ରନ ସଂଗ୍ରହ କରିଥିଲେ। ଅର୍ଥାତ୍‌ ସେ ମାତ୍ର ୧୪ ବଲରେ ୭୬ ରନ ସଂଗ୍ରହ କରିଥିଲେ।
ଏହି ବିଜୟ ସହିତ କାରିବିଆନ ଦଳ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି। ସିରିଜର ପ୍ରଥମ ମ୍ୟାଚ ୱେଷ୍ଟଇଣ୍ଡିଜ ୯ ଉଇକେଟରେ ଜିତିଥିଲା ଏବଂ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା।

Share