Categories: ଖେଳ

ଦ୍ୱିତୀୟ ପାଳି ଆରମ୍ଭ କଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ବଲିଉଡ୍‌ ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍‌ସିପ୍‌’ରେ ହରଭଜନ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଫିଲ୍ମର ଟିଜର୍‌ ଜାରି ହୋଇଛି। ଏହି ଟିଜର୍‌କୁ ହରଭଜନ ନିଜ ଟୁଇଟର୍‌ରେ ଶେୟାର କରିଛନ୍ତି। ଫିଲ୍ମର ଟିଜରରେ ହରଭଜନଙ୍କ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି। ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଆକ୍ସନ ହିରୋ ଅର୍ଜୁନ ମଧ୍ୟ ଏହି ୁ ଫିଲ୍ମରେ ଅଛନ୍ତି। ଏହି ଫିଲ୍ମରେ ଅର୍ଜୁନ ଭିଲେନ ଭୂମିକାରେ ନଜର ଆସିଥିବାବେଳେ ହରଭଜନ ମୁଖ୍ୟ ଭୂମିକାରେ ନଜର ଆସିବେ।
ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ହରଭଜନ ୧୦୩ଟି ଟେଷ୍ଟ ଖେଲି ୪୧୭ଟି ଉଇକେଟ, ୨୩୬ଟି ଏକଦିବସୀୟ ମ୍ୟାଚରୁ ୨୬୯ଟି ଉଇକେଟ୍‌ ଏବଂ ୨୮ଟି ଟି୨୦ ମ୍ୟାଚରୁ ୨୫ଟି ଉଇକେଟ୍‌ ହାସଲ କରିଛନ୍ତି। ପୂର୍ବରୁ ସୁନୀଲ ଗାଭାସ୍କର, କପିଳ ଦେବ, ଅଜୟ ଜାଡେଜା, ସଚିନ ତେନ୍ଦୁଲକର ଏବଂ ବ୍ରେଟ୍‌ ଲି ପ୍ରମୁଖ କ୍ରିକେଟରମାନେ ପରଦାରେ ଛୋଟ ଭୂମିକାରେ ଅଭିନୟ କରିସାରିଛନ୍ତି। ହରଭଜନ ପ୍ରଥମ କ୍ରିକେଟର ଭାବେ କୌଣସି ଫିଲ୍ମରେ ଲିଡ୍‌ ରୋଲରେ ନଜର ଆସିବେ।

Share