Categories: ଖେଳ

ଲଜ୍ଜାଜନକ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌: ୧୩୭ ବର୍ଷରେ କୌଣସି ଖେଳାଳି ଏମିତି କରି ନ ଥିଲେ

ଇଂଲଣ୍ଡ,୧୭।୮:ପ୍ରତ୍ୟେକ ଖେଳାଳି ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହଁାନ୍ତି। ବ୍ୟାଟ୍ସମ୍ୟାନ ଏକ ଶତକ ଏବଂ ବୋଲର ଗୋଟିଏ ଇନିଂସରେ ପାଞ୍ଚ କିମ୍ବା ଅଧିକ ଉଇକେଟ ନେଇ ଏହି ଗ୍ରାଉଣ୍ଡର ସମ୍ମାନ ବୋର୍ଡରେ ସ୍ଥାନ ପାଇବାକୁ ଚାହାନ୍ତି। କିନ୍ତୁ ଇଂଲଣ୍ଡର ଅଲରାଉଣ୍ଡର ସାମ କରନ ଲର୍ଡସରେ ଏପରି କିଛି କରିଛନ୍ତି ଯାହା ଗତ ୧୩୭ ବର୍ଷରେ କୌଣସି ଖେଳାଳି କରିପାରି ନ ଥିଲେ। ଲର୍ଡସ ଟେଷ୍ଟର ଉଭୟ ଇନିଂସରେ ସାମ ‘ଶୂନ’ରେ ଆଉଟ୍‌ ହୋଇଥିଲେ। କୌତୁହଳର ବିଷୟ ହେଉଛି ଉଭୟ ଇନିଂସରେ ସେ ପ୍ରଥମ ବଲରେ ‘ଶୂନ’ରେ ଆଉଟ୍‌ ହୋଇଥିଲେ। ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ପୂର୍ବରୁ ଉଭୟ ଇନିଂସରେ ‘ଶୂନ’ରେ କୌଣସି ବ୍ୟାଟ୍‌ସମ୍ୟାନ୍‌ ଆଉଟ୍‌ ହୋଇ ନ ଥିଲେ। ସାମ ପ୍ରଥମ ଇନିଂସରେ ଇଶାନ୍ତ ଶର୍ମା ଏବଂ ଦ୍ୱିତୀୟ ଇନିଂସରେ ମହମ୍ମଦ ସିରାଜଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।
ଇଂଲଣ୍ଡରେ ଟେଷ୍ଟ କ୍ରିକେଟ ଇତିହାସରେ ସାମ କରିନା କେବଳ ଚତୁର୍ଥ ଖେଳାଳି ଯିଏ ଉଭୟ ଇନିଂସରେ ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ। ତାଙ୍କ ପୂର୍ବରୁ ୱିଲିୟମ ଅଟୱେଲ, ଏର୍ନି ହାଇନ୍ସ ଏବଂ ଜେମ୍ସ ଆଣ୍ଡରସନ ମଧ୍ୟ ଉଭୟ ଇନିଂସରେ ଶୂନ ରନ କରି ଆଉଟ୍‌ ହୋଇଛନ୍ତି। ସାମ କରନଙ୍କ ପୂର୍ବରୁ ଭାରତୀୟ ଦଳ ବିପକ୍ଷରେ ଚାରିଜଣ ବ୍ୟାଟ୍ସମ୍ୟାନ ଉଭୟ ଇନିଂସରେ ପ୍ରଥମ ବଲରେ ଶୂନ ରନ କରି ଆଉଟ ହୋଇଛନ୍ତି। ସମଙ୍କ ପୂର୍ବରୁ ଜେମ୍ସ ଆଣ୍ଡରସନ ମଧ୍ୟ ଭାରତ ବିପକ୍ଷ ଉଭୟ ଇନିଂସରେ ଶୁନ ରନ କରି ଆଉଟ ହୋଇଥିଲେ। ୧୯୮୧ରେ ଗ୍ୟାରି ଟୁପ, ୨୦୦୧ରେ ଆଦାମ ଗିଲକ୍ରିଷ୍ଟ, ୨୦୦୭ରେ ଜାଭେଦ ଉମର ମଧ୍ୟ ଉଭୟ ଇନିଂସରେ ଶୂନରେ ଆଉଟ୍‌ ହୋଇଥିଲେ।

Share