Categories: ଖେଳ

କୋହଲି ପିତା ହେବା ପରେ ହୃଦୟସ୍ପର୍ଶୀ ବାର୍ତ୍ତା ଦେଲେ ଏହି କ୍ରିକେଟର୍‌

ଜାନୁଆରୀ ୧୧ ତାରିଖ ଟିମ ଇଣ୍ଡିଆର ପ୍ରଶଂସକଙ୍କ ପାଇଁ ଦ୍ୱିଗୁଣ ଖୁସି ଆଣିଛି। ଗୋଟିଏ ପଟେ ଭାରତୀୟ କ୍ରିକେଟ ଦଳ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟକୁ ଚମତ୍କାର ଢଙ୍ଗରେ ଡ୍ର କରିଥିବାବେଳେ ଅନ୍ୟ ପଟେ ମୁମ୍ବାଇରେ ସେହି ଦଳର ଅଧିନାୟକ ବିରାଟ କୋହଲି ଝିଅର ପିତା ହୋଇଥିଲେ। ସୋମବାର ଅପରାହ୍ନରେ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିରାଟ କୋହଲି ନିଜେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଥିଲେ। ବିରାଟ ପିତା ହେବା ପରେ ଟିମ ଇଣ୍ଡିଆରେ ମଧ୍ୟ ଏକ ଉତ୍ସବର ପରିବେଶ ରହିଛି। ଭାରତୀୟ ଖେଳାଳିମାନେ ମଧ୍ୟ ସେମାନଙ୍କ ଅଧିନାୟକଙ୍କୁ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି। ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରାଇନା ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି। ବିରାଟ କୋହଲି ଏବଂ ଅନୁଷ୍କାଙ୍କୁ ଅଭିନନ୍ଦନ ଜଣାଇ ସେ ଲେଖିଛନ୍ତି, ଝିଅ ଭାଗ୍ୟବାନଙ୍କ ପାଇଁ ଆଶୀର୍ବାଦ ଅଟେ। ମାତାପିତା ହେବାର ଅଭିନନ୍ଦନ, ଏହି ଦୁନିଆକୁ ସ୍ବାଗତ। ସିଡନୀ ଟେଷ୍ଟରେ ଭଲ ବ୍ୟାଟିଂ କରିଥିବା ରବିଚନ୍ଦ୍ରନ ଅଶ୍ୱିନ ଅଧିନାୟକ କୋହଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ବିରାଟ କୋହଲି ଆମ କ୍ଲବକୁ ସ୍ବାଗତ, ହାର୍ଦ୍ଦିକ ଅଭିନନ୍ଦନ’। ଶିଖର ଧାୱନ ବିରାଟ କୋହଲିଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଅଭିନନ୍ଦନ। କୁନି ଝିଅଙ୍କୁ ବହୁତ ପ୍ରେମ। ବିରାଟ କୋହଲିଙ୍କୁ ଇରଫାନ ପଠାନ ଏବଂ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

Share