Categories: ଖେଳ

୭ ବର୍ଷ ଝିଅର ଶଟ୍‌ ଦେଖି ଏମିତି କହିଲେ ଏହି କ୍ରିକେଟର

ଆଗାମୀ ଆଇପିଏଲ୍‌ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ହେଲିକପ୍ଟର ଶଟ୍‌ ଦେଖିବା ପାଇଁ ସମଗ୍ର ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି। ଏହି ସମୟ ମଧ୍ୟରେ ହରିୟାଣାର ଜଣେ ୭ ବର୍ଷର ଝିଅ ପରୀ ଶର୍ମାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଧୋନୀଙ୍କ ଭଳି ହେଲିକପ୍ଟର ଶଟ୍‌ ମାରିଛନ୍ତି। ତେବେ ପୂର୍ବତନ ଭାରତୀୟ କ୍ରିକେଟର ତଥା ସମୀକ୍ଷକ ଆକାଶ ଚୋପ୍ରା ତାଙ୍କ ଟୁଇଟ୍‌ରରେ ଏହି ଭିଡିଓଟି ଶେୟାର କରିଛନ୍ତି। ଏହି ଭିଡିଓ ଶେୟାର କରି ଆକାଶ ଲୋକମାନଙ୍କୁ ପଚାରିଛନ୍ତି କ’ଣ ଏହି ଝିଅଟି ସୁପର ଟ୍ୟାଲେଣ୍ଟଡ୍‌ ନୁହଁକି? ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜେରକର ମଧ୍ୟ ଏହି ଝିଅଟିର ଦକ୍ଷତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ପରୀଙ୍କ ଏହି ୧୮ ସେକେଣ୍ଡ୍‌ର ଭିଡିଓରେ ସେ ଗୋଟିଏ ପରେ ଗୋଟିଏ ଶଟ୍‌ ମାରି ଚାଲିଛନ୍ତି। ଯେମିତି କି ପଡ଼ିଆରେ ଧୋନୀ ଶଟ୍‌ ହେଲିକପ୍ଟର ଶଟ୍‌ ମାରିଥାନ୍ତି। ତାଙ୍କ ବ୍ୟାଟିଂ ଦେଖି ଆକାଶ କହିଛନ୍ତି, ଏହି ଶଟ୍‌ର ନାମ ହେଲିକପ୍ଟର, ଆଉ ଝିଅର ନାମ ରକେଟ୍‌। କ’ଣ ବ୍ୟାକ୍‌ ଲିଫ୍ଟ ! ଏହି ଶଟ୍‌ରେ କି ଶକ୍ତି?
ପରୀ ହରିୟାଣାର ମହିଳା କ୍ରିକେଟ୍‌ରେ ଖେଳିବା ପାଇଁ ସ୍ବପ୍ନ ରଖିଛନ୍ତି। ତାଙ୍କ ପିତା ପ୍ରଦୀପ ଶର୍ମା ଝିଅକୁ ବ୍ୟାଟିଂ ପାଇଁ ଶିକ୍ଷା ଦେଇଥାନ୍ତି। ସେ ନିଜେ ଯୋଗୀନ୍ଦର ଶର୍ମା ଏବଂ ଅଜୟ ରତ୍ରାଙ୍କ ପରି ପୂର୍ବତନ ଭାରତୀୟ କ୍ରିକେଟରଙ୍କ ସହ ଖେଳିଛନ୍ତି। ପରୀ ଏହା ପୂର୍ବରୁ ମଧ୍ୟ ଅନେକ ଶଟ୍‌ ମାରିଛନ୍ତି। ଯାହାକୁ କିମ୍ବଦନ୍ତୀ କ୍ରିକେଟରମାନେ ମଧ୍ୟ ପ୍ରଶଂସା କରିଛନ୍ତି।

Share