Categories: ଖେଳ

କୋହଲିଙ୍କ ଉପରେ ରାଗିଗଲେ ଏହି କ୍ରିକେଟର୍‌, କହିଲେ ଏମିତି କଥା

ଚେନ୍ନାଇ,୧୮।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫିଲ୍ଡ ଅମ୍ପାୟାର ନିତିନ ମେନନଙ୍କ ସହ ଯୁକ୍ତିତର୍କ କରିବା ପରେ ଇଂଲଣ୍ଡର ପୂର୍ବତନ ଖେଳାଳି କ୍ରମାଗତ ଭାବେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରୁଛନ୍ତି। ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଡେଭିଡ ଲଏଡ୍‌ କୋହଲିଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହ ତାଙ୍କୁ ଅତି କମରେ ତିନିଟି ଟେଷ୍ଟ ପାଇଁ ବାସନ୍ଦ କରାଯିବାକୁ ଦାବି କରିଥିଲେ। ଲଏଡ୍‌ କହିଛନ୍ତି ଯେ, ଯଦି କୋହଲି ଅନ୍ୟ କୌଣସି ଖେଳରେ ଏପରି କାର୍ଯ୍ୟ କରନ୍ତି ତେବେ ତାଙ୍କୁ ସିଧାସଳଖ ବାସନ୍ଦ କରାଯାଇଥାନ୍ତା। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ କୋହଲି ଫିଲ୍ଡ ଅମ୍ପାୟାର ନିତିନ ମେନନଙ୍କ ସହ ଏକ ନିଷ୍ପତ୍ତିକୁ ନେଇ ବିତର୍କ କରିଥିଲେ। ସେବେଠାରୁ ତାଙ୍କୁ ମ୍ୟାଚ ବାସନ୍ଦ ହେବାର ଆଶଙ୍କା ରହିଥିଲା। ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ମଧ୍ୟ କୋହଲିଙ୍କୁ ସମାଲୋଚନ କା କରିଥିଲେ।
ସୂଚନାଯୋଗ୍ୟ,ଚେନ୍ନାଇ ଟେଷ୍ଟର ତୃତୀୟ ଦିନରେ ପୁରା ବିବାଦ ହୋଇଥିଲା। ସ୍ପିନର ଅକ୍ଷର ପଟେଲ ଦିନର ଶେଷ ଓଭର ଫିଙ୍ଗିଥିଲେ। ତାଙ୍କ ଓଭରର ପ୍ରଥମ ବଲରେ ଉଇକେଟ କିପର ରିଷଭ ପନ୍ତ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ଏକ କ୍ୟାଚ୍‌ ଧରି ଆଉଟ୍‌ ଅପିଲ କରିଥିଲେ କରିଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟାର ନିତିନ ମେନନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ପନ୍ତ କ୍ୟାପଟେନ କୋହଲିଙ୍କୁ ଡିଆରଏସ ନେବାକୁ କହିଥିଲେ। କୋହଲି ଡିଆରଏସ ନେଇଥିଲେ। ରିପ୍ଲେ ଦର୍ଶାଇଥିଲା ଯେ ବଲ ବ୍ୟାଟ୍‌ରେ ବାଜି ନଥିଲା। କିନ୍ତୁ ବଲ ଟ୍ରାକିଂରେ ଏହି ବଲ ସିଧାସଳଖ ରୁଟ ପ୍ୟାଡକୁ ବାଜିଥିବାର ଜଣାପଡିଥିଲା। ଏଭଳି ପରିସ୍ଥିତିରେ ସେ ଏଲବିଡବ୍ଲୁ ଆଉଟ୍‌ ହେବାର ମଧ୍ୟ ସମ୍ଭାବନା ଥିଲା। କିନ୍ତୁ ତାଙ୍କୁ ଅମ୍ପାୟାର ଆଉଟ୍‌ ଦେଇ ନ ଥିଲେ। ଏହା ଦେଖି କୋହଲି ରାଗିଯାଇ ଅମ୍ପାୟାର ମେନନଙ୍କ ସହ କଥା ହେବା ଆରମ୍ଭ କଲେ। ଅମ୍ପାୟାରଙ୍କ ନିଷ୍ପତ୍ତିରେ ସେ ଅସନ୍ତୁଷ୍ଟ ଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା। କିନ୍ତୁ ଅମ୍ପାୟାରଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରି ନ ଥିଲେ। ଡ୍ରେସିଂ ରୁମରେ ବସିଥିବା କୋଚ ରବି ଶାସ୍ତ୍ରୀ ମଧ୍ୟ ଏହି ନିଷ୍ପତ୍ତି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Share