Categories: ଖେଳ

୧୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌: ଚର୍ଚ୍ଚାରେ ତାଙ୍କ ଛକା

ନୂଆଦିଲ୍ଲୀ,୧୮।୭: ଆଫଗାନିସ୍ତାନର ଷ୍ଟାର୍‌ ବୋଲର୍‌ ରଶିଦ୍‌ ଖାନ ଭିଟାଲିଟି ଟି-୨୦ ବ୍ଲାଷ୍ଟରେ ନିଜ ବ୍ୟାଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସସେକ୍ସ ପକ୍ଷରୁ ଖେଳୁଥିବା ରଶିଦ୍‌ ହାମ୍ପସାୟର ବିପକ୍ଷରେ ସେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ବତନ୍ତ୍ର ହେଲିକପ୍ଟର ସଟ୍‌ ମଧ୍ୟ ଖେଳିଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। ପ୍ରଥମେ ବ୍ୟାଟିଂ କରି ସସେକ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୮୩ ରନ୍‌ କରିଥିଲା। ଏଥିରେ ରଶିଦ୍‌ ମାତ୍ର ୧୩ଟି ବଲ୍‌ ଖେଳି ୨୦୦ ଆଭ୍‌ରେଜ୍‌ରେ ୨୬ ରନ୍‌ କରିଥିଲେ। ଏଥିରେ ୪ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ତାଙ୍କୁ ସେହିକ ଏକ ମାତ୍ର ଛକା ସେ ହେଲିକପ୍ଟର ସଟ୍‌ ଭାବେ ମାରିଥିଲେ। କିନ୍ତୁ ସେ ନିଜ ଦଳକୁ ଜିତାଇ ପାରି ନ ଥିଲେ। ହାମ୍ପସାୟର ଏହି ମ୍ୟାଚ୍‌କୁ ୪ ବଲ୍‌ ବାକି ଥାଇ ଜିତିଥିଲା।

Share