Categories: ଖେଳ

ଭାରତକୁ ପୁଣି ଝଟ୍‌କା, ମ୍ୟାଚ୍‌ ଅଧାରୁ ପଡିଆ ଛାଡି ଚାଲିଗଲେ ଏହି କ୍ରିକେଟର୍‌

ବ୍ରିସବେନ୍‌,୧୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ବ୍ରିସବେନରେ ଆରମ୍ଭ ହୋଇଛି। ସିରିଜର ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତୀୟ ଦଳ ଅନେକ ବଡ଼ ପରିବର୍ତ୍ତନ ଏବଂ ତାରକା ଖେଳାଳିଙ୍କ ବିନା ଅବତରଣ କରିଥିଲା। ଭାରତର ବୋଲିଂ ଭାର ସଂପୂର୍ଣ୍ଣ ଭାବେ ଯୁବ ବୋଲରଙ୍କ ହାତରେ ରହିଛି। ଏବେ ଭାରତୀୟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଦ୍ରୁତ ବୋଲର ନବଦୀପ ସଇନି ଆହତ ହୋଇ ପଡ଼ିଆରୁ ବାହାରକୁ ପଳାଇଛନ୍ତି। ଯନ୍ତ୍ରଣାରେ ଛଟପଟ ହୋଇ ସଇନି ଅଷ୍ଟମ ଓଭରର ଶେଷ ବଲକୁ ମଧ୍ୟ ବୋଲିଂ କରିପାରି ନ ଥିଲେ ରୋହିତ ଶର୍ମାଙ୍କୁ ତାଙ୍କ ସ୍ଥାନରେ ଏକ ବଲ ପକାଇ ଓଭର ପୂରଣ କରିଥିଲେ। ଅବଶ୍ୟ, କିଛି ସମୟ ପରେ, ସଇନି ପୁନର୍ବାର ପଡିଆକୁ ଫେରି କିଛି ସମୟ ପାଇଁ ଫିଲ୍ଡିଂ କରିଥିଲେ। କିନ୍ତୁ ଅଳ୍ପ ସମୟ ପରେ, ସେ ପୁଣି ଯନ୍ତ୍ରଣା ଅନୁଭବ କରି ପଡ଼ିଆ ଛାଡି ଚାଲିଗଲେ, ପରେ ତାଙ୍କୁ ମୃଥ୍ବୀ ଶ’ ତାଙ୍କ ସ୍ଥାନରେ ଫିଲ୍ଡିଂ କରିଥିଲେ।

Share