Categories: ଖେଳ

ବିରାଟଙ୍କ ପରେ ବାପା ହେବାକୁ ଯାଉଛନ୍ତି ଏହି କ୍ରିକେଟର, ଖୁବ ଶୀଘ୍ର ଘରକୁ ଆସିବେ ନୂଆ ଅତିଥି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହିଲିଙ୍କ ପରେ ଆଉ ଜଣେ ଖେଳାଳି ପିତା ହେବାକୁ ଯାଉଛନ୍ତି। ପୂର୍ବତନ ସ୍ପିନ ବୋଲର ହରଭଜନ ସିଂ ନିକଟରେ ଦ୍ୱିତୀୟ ସନ୍ତାନଙ୍କ ବାପା ହେବାକୁ ଯାଉଛନ୍ତି। ସେ ୨୦୧୫ରେ ବଲିଉଡ୍‌ ଅଭିନେତ୍ରୀ ଗୀତା ବାସ୍ରାଙ୍କୁ ବିବାହ କରିଥିଲେ। ଗୀତା ଜୁଲାଇ ସୁଦ୍ଧା ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେବେ। ବିବାହ ପରେ ଗୀତା ବଲିଉଡରୁ ବିରତି ନେଇଥିଲେ। ପରେ ସେ ପ୍ରଥମ ଝିଅଙ୍କୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ସେ ଖୁବ ଶୀଘ୍ର ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ସେ କହିଛନ୍ତି ମା’ ହେବା ସବୁଠାରୁ ସୁନ୍ଦର ଅନୁଭବ। ମୁଁ ମୋ ଝିଅ ହିନାୟାଙ୍କ ସହିତ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରେ। ଏବେ ମୁଁ ଗର୍ଭବତୀ ସମୟକୁ ମଧ୍ୟ ଉପଭୋଗ କରୁଛି।

Share