Categories: ଖେଳ

କ୍ରିକେଟ ଇତିହାସର ସବୁଠୁ ଲମ୍ବା ଛକା ମାରିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୯।୭: ଦ୍ୱିତୀୟ ଟି-୨୦ରେ ଇଂଲଣ୍ଡ ପାକିସ୍ତାନକୁ ୪୫ ରନ୍‌ରେ ପରାସ୍ତ କରିଛି। ଫଳରେ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ଇଂଲଣ୍ଡ ୧-୧ ସ୍ତରକୁ ଆଣିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୯.୫ ଓଭରରେ ୨୦୦ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ଦଳ କେବଳ ୯ ଉଇକେଟରେ ୧୫୫ ରନ କରିବାରେ ସମର୍ଥ ହୋଇଥିଲା। ତେବେ ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ଲିଆମ ଲିଭିଙ୍ଗଷ୍ଟୋନ। ଗତ ଟି -୨୦ ମ୍ୟାଚରେ ଲିଭିଙ୍ଗଷ୍ଟୋନ ଇଂଲଣ୍ଡ ପାଇଁ ଦ୍ରୁତତମ ଶତକ କରି ରେକର୍ଡ ସୃଷ୍ଟି କରିଥିଲା। ଜବରଦସ୍ତ ଫର୍ମରେ ଥିବା ଲିଭିଙ୍ଗଷ୍ଟୋନ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଏକ ରେକର୍ଡ ହାସଲ କରିଥିଲେ। ଲିଭିଙ୍ଗଷ୍ଟୋନ ତାଙ୍କର ୩୮ ରନ ପାଳିରେ ଦୁଇଟି ଚୌକା ଏବଂ ତିନୋଟି ଉଚ୍ଚ ଛକା ମାରିଥିଲେ। ତାଙ୍କର ୩ ଛକା ମଧ୍ୟରୁ ଗୋଟିଏ ଛକା ୧୨୨ ମିଟର ଲମ୍ବ ଥିଲା। ମ୍ୟାଚର ୧୬ ତମ ଓଭର ପାକିସ୍ତାନ ଦ୍ରୁତ ବୋଲର ହରିସ ରୌଫ ବୋଲିଂ କରିବାକୁ ଆସିଥିଲେ। ତାଙ୍କର ପ୍ରଥମ ବଲରେ ଲିଭିଙ୍ଗଷ୍ଟୋନ ସାମ୍ନାରେ ଏତେ ଲମ୍ବା ଛକା ମାରିଥିଲେ ଯେ ବଲ ଏମେରାଲ୍ଡ ଷ୍ଟାଡିୟମର ତୃତୀୟ ମହଲାର ଉପର ଦେଇ ଯାଇ ରଗବୀ ପଡ଼ିଆରେ ପଡିଯାଇଥିଲା।
ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ କ୍ରିସ ଲିନ ବିଗ ବାସ ଲିଗରେ ସନ୍‌ ଟେଟ୍‌ଙ୍କ ବଲ୍‌ରେ ୧୨୧ ମିଟର ଲମ୍ବା ଛକା ମାରିଥିଲେ। ନ୍ୟୁଜିଲାଣ୍ଡର ଅଲରାଉଣ୍ଡର କୋରି ଆଣ୍ଡରସନ ଭାରତ ବିପକ୍ଷରେ ଇଶାନ୍ତ ଶର୍ମାଙ୍କ ବଲରୁ ୧୨୦ ମିଟର ଛକା ମାରିଥିଲେ। ଭାରତର ତାରକା ଖେଳାଳି ଯୁବରାଜ ସିଂ ୨୦୦୭ ଟି -୨୦ ବିଶ୍ୱକପର ସେମିଫାଇନାଲରେ ବ୍ରେଟ ଲିଙ୍କ ବଲ୍‌ରେ ୧୧୯ ମିଟର ଲମ୍ବା ଛକା ମାରିଥିଲେ।

Share