Categories: ଖେଳ

୩୦୫୮ ଖେଳାଳିଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କରିପାରନ୍ତି ଏହି କ୍ରିକେଟର୍‌

ଲିଡ୍ସ,୨୭।୮: ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ ଏବେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ୨୦୨୧ରେ ସେ ଏପର୍ଯ୍ୟନ୍ତ ୧୩୯ରୁ ଅଧିକ ଟେଷ୍ଟ ରନ କରିସାରିଲେଣି। ଦୁନିଆର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୭୫୦ ରନ ମାର୍କକୁ ଛୁଇଁ ପାରି ନାହାନ୍ତି। ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜୋ ରୁଟ ୧୨୧ ରନ ସ୍କୋର କରିବା ପରେ ଆଉଟ୍‌ ହୋଇଥିଲେ। ସିରିଜର କ୍ରମାଗତ ତୃତୀୟ ମ୍ୟାଚରେ ସେ ଏକ ଶତକ ହାସଲ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଶତକରେ ମଧ୍ୟ ପହଞ୍ଚି ପାରି ନାହାଁନ୍ତି। ଏହି କାରଣରୁ ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଏକ ଦୃଢ ସ୍ଥିତିରେ ପହଞ୍ଚିଛି।
୨୦୨୧ ବର୍ଷ ବିଷୟରେ କହିବାକୁ ଗଲେ ଜୋ ରୁଟ ୧୧ଟି ମ୍ୟାଚର ୨୧ ଇନିଂସରେ ହାରାହାରତି ୭୦ରେ ୧୩୯୮ ରନ ସ୍କୋର କରିଛନ୍ତି। ୬ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକରେ ମାରିଛନ୍ତି। ସେ ୨୨୮ ରନର ସବୁଠାରୁ ବଡ ଇନିଂସ ଖେଳିଛନ୍ତି। ପାକିସ୍ତାନ ବ୍ୟାଟ୍ସମ୍ୟାନ ମହମ୍ମଦ ୟୁସୁଫ ଗୋଟିଏ ବର୍ଷରେ ସର୍ବାଧିକ ଟେଷ୍ଟ ରନ ରେକର୍ଡ ରଖିଛନ୍ତି। ୨୦୦୬ ରେ, ସେ ହାରାହାରି ୯୯ରେ ୧୧ ଟି ଟେଷ୍ଟର ୧୯ ଇନିଂସରେ ୧୭୮୮ ରନ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୯ ଶତକ ଏବଂ ୩ ଅର୍ଦ୍ଧଶତକ ହାସଲ କରିଥିଲେ। ଏଭଳି ପରିସ୍ଥିତିରେ ଜୋ ରୁଟ ବର୍ତ୍ତମାନ ମହମ୍ମଦ ୟୁସୁଫଙ୍କଠାରୁ ମାତ୍ର ୩୯୦ ରନ ପଛରେ ଅଛନ୍ତି। ଯଦି ସେ ଅଧିକ ୩୯୧ ରନ ସ୍କୋର କରନ୍ତି ତେବେ ସେ ଗୋଟିଏ ବର୍ଷରେ ସର୍ବାଧିକ ରନ ସ୍କୋରର ହେବେ। ଟେଷ୍ଟ କ୍ରିକେଟ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ୩୦୫୯ ଖେଳାଳି ଅବତରଣ କରିଛନ୍ତି। ତେଣୁ ରୁଟ୍‌ ଯଦି ୩୯୧ ରନ୍‌ କରନ୍ତି ତେବେ ୩୦୫୮ ଖେଳାଳିଙ୍କୁ ପଛରେ ପକାଇଦେବେ।

Share