Posted inଖେଳ

ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି ଏହି କ୍ରିକେଟର୍‌

ଦୁବାଇ,୩।୧୦: ଆଜି ଟି -୨୦ ବିଶ୍ୱକପରେ ଭାରତ ଆଫଗାନିସ୍ତାନକୁ ଭେଟିବ। ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ ଏହି ମ୍ୟାଚ ଜିତିବାକୁ ପଡିବ। କିନ୍ତୁ ଆଫଗାନିସ୍ତାନର ରସିଦ ଖାନଙ୍କ ବ୍ୟତୀତ ଅନ୍ୟ ଜଣେ ବୋଲର ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ବଢାଇବାର ସମ୍ଭାବନା ରହିଛି। ସେ ହେଉଛନ୍ତି ହମିଦ ହାସନ। ୩୪ ବର୍ଷୀୟ ହାସନ ଆଫଗାନିସ୍ତାନର ଟି -୨୦ ଦଳରେ ୫ ବର୍ଷ ପରେ ଏଣ୍ଟ୍ରି କରିଛନ୍ତି। ନାମ୍ବିଆ ବିପକ୍ଷ ଶେଷ ମ୍ୟାଚରେ ସେ ୯ ରନ ଦେଇ ୩ଟି ଉଇକେଟ୍‌ ନେଇ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ୟର୍କର୍ସ ଏବଂ ବାଉନ୍ସର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ବଡ଼ ବିପଦ ହୋଇପାରନ୍ତି।
ଭାରତରେ ୨୦୧୬ ଟି -୨୦ ବିଶ୍ୱକପରେ ଶେଷ ଥର ପାଇଁ ହମିଦ ଆଫଗାନିସ୍ତାନର ଟି -୨୦ ଦଳର ଏକ ଅଂଶ ଥିଲେ। ଏହା ପରେ ତାଙ୍କୁ ଆଘାତ ଏବଂ ଫିଟନେସ କାରଣରୁ ପଡ଼ିଆଠାରୁ ଦୂରରେ ରହିବାକୁ ପଡିଲା। ଏହି ସମୟରେ ସେ କୋଚିଂ, କମେଣ୍ଟ୍ରି ମଧ୍ୟ କରିଥିଲେ। କିନ୍ତୁ ସେ ଏହି କାମକୁ ପସନ୍ଦ କରୁ ନ ଥିଲେ ଏବଂ ତାଙ୍କ ମନରେ କ୍ରିକେଟ ପଡ଼ିଆକୁ ଫେରିବା ପାଇଁ ସର୍ବଦା ଇଚ୍ଛା ଥିଲା। ୨୦୧୯ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ମାଂସପେଶୀ ଆଘାତ ପାଇବା ପରେ ସେ ହଠାତ୍‌ ଦିନିକିଆ କ୍ରିକେଟ ସହିତ ବିଦାୟ ନେଇଥିଲେ।
ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ହମିଦ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ ଆଫଗାନିସ୍ତାନ ଦଳ ବହୁତ ଦକ୍ଷ ଏବଂ ଭାରତକୁ ପରାସ୍ତ କରିବାର ଶକ୍ତି ଅଛି। ଆମର ବୋଲିଂ ଏବଂ ଫିଲ୍ଡିଂ ଏବଂ ବ୍ୟାଟିଂ ପୂର୍ବ ଅପେକ୍ଷା ବହୁତ ଭଲ ହୋଇଛି। ଆମର ଦୁନିଆର ସର୍ବୋତ୍ତମ ସ୍ପିନ ଆକ୍ରମଣ ମଧ୍ୟରୁ ଅନ୍ୟତମ। ଏଭଳି ପରିସ୍ଥିତିରେ ଯଦି ଆମେ ଆମର ଶକ୍ତି ଅନୁଯାୟୀ ଖେଳିବା, ତେବେ ଭାରତକୁ ପରାସ୍ତ କରିବା କଷ୍ଟକର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଦେଶ ଫେରିଗଲେ ନ୍ୟୁଜିଲାଣ୍ଡର ଏହି ପେସ୍‌ ବୋଲର, ଜାଣନ୍ତୁ…

କଲମ୍ବୋ,୨୭ା୨: ନ୍ୟୁଜିଲାଣ୍ଡ ପେସ୍‌ ବୋଲର ମ୍ୟାଟ୍‌ ହେନ୍‌ରୀଙ୍କୁ ପୈତୃକ ଛୁଟି ମିଳିଛି। ତାଙ୍କ ସ୍ତ୍ରୀ ଦ୍ୱିତୀୟ ସନ୍ତାନର ଜଜନୀ ହେବାକୁ ଯାଉଥିବାରୁ ଇଂଲଣ୍ଡ ବିପକ୍ଷ ଟି୨୦ ବିଶ୍ୱକପ୍‌…

ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ରାସ୍ତା ମଝିରେ ଅଟକିଲା ଲକ୍ଷ୍ମୀ ବସ୍‌, ତା’ପରେ…

ଗଞ୍ଜାମ,୨୭।୨ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ବିଭାଗୀୟ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ  ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ 

ବାଲେଶ୍ୱର, ୨୭।୨( ବାଞ୍ଛାନିଧି ଦେ ): ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରମବାସୀ ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।  ବାଲେଶ୍ବର ଜିଲା ସିଂଲା…

ନଦୀ ପାରିହୋଇ ଗ୍ରାମବାସୀଙ୍କ ଦୁଃଖ ବୁଝିଲେ ଜିଲାପାଳ

ନନ୍ଦପୁର,୨୭।୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ଶୁକ୍ରବାର ନନ୍ଦପୁର ବ୍ଲକର ରାଇସିଂ ପଞ୍ଚାୟତ ବାସକୀ ନଦୀ ପାରିହୋଇ ଦେବଷଣ୍ଢଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି…

Thalapathy Vijayଙ୍କୁ ଝଟ୍‌କା, ଅବୈଧ ସମ୍ପର୍କ ଅଭିଯୋଗରେ ସ୍ତ୍ରୀ ଦେବେ ଛାଡପତ୍ର!

ମୁମ୍ୱାଇ: ତାମିଲ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ଜୀବନରେ ବଡ଼ ବିପତ୍ତି ମାଡ଼ି ଆସିଛି। ପ୍ରଥମେ ତାଙ୍କ ଫିଲ୍ମକୁ ନେଇ ବିବାଦ ଲାଗି ରହିଥିଲା, ଏବଂ ଏବେ…

ବାରମ୍ୱାର ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି? ସରକାର ଆଣିଲେ କଡ଼ା ନିୟମ…

ନୂଆଦିଲ୍ଲୀ,୨୭।୨: ଏହି ଖବର ଗାଡି ଚାଳନା ନିୟମକୁ ହାଲୁକା ଭାବରେ ନେଉଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ ଗମ୍ଭୀର ଚେତାବନୀ। ଏବେ, ଗାଡି ଚାଳନା କେବଳ ଷ୍ଟିଅରିଂ…

ଘରକୁ ଫେରୁଥିଲେ ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା: ଆଖିବୁଜିଦେଲେ ଯୁବ ବିଜେଡିର ସୁସଙ୍ଗଠକ, ୩ ଗୁରୁତର 

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବୁଲେଟ୍‌ ଓ ସ୍କୁଟି ମଧ୍ୟରେ…

ସେମିଫାଇନାଲରେ କେଉଁ ଦଳ ସହିତ ମୁକାବିଲା କରିବ ଭାରତ? ସମ୍ପୂର୍ଣ୍ଣ ସମୀକରଣ ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ଭାରତୀୟ ଦଳ ମାର୍ଚ୍ଚ ୧ ତାରିଖରେ ଜିମ୍ବାୱେ ବିପକ୍ଷରେ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ରେ ତାର ଶେଷ ମ୍ୟାଚ ଖେଳିବ। ଯଦି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri