Categories: ଖେଳ

କ୍ରିକେଟ୍‌ରେ ଅଜବ କ୍ୟାଚ୍‌ ଧରିଲେ ଏହି କ୍ରିକେଟର୍‌

ସେଣ୍ଟ ଲୁସିଆ,୧୩।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ କାରିବିଆନ ଦଳ ଜିତିଛି। ୱେଷ୍ଟଇଣ୍ଡିଜ ତୃତୀୟ ମ୍ୟାଚକୁ ୬ ଉଇକେଟ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୩-୦ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍‌ରେ କାରିବିଆନ ଦଳର ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ ଅଷ୍ଟ୍ରେଲିଆ ଦଳ ଉପରେ ସବୁ ବିଭାଗରେ ଭାରି ଥିଲା। ଏହି ମ୍ୟାଚ୍‌ରେ ଜବରଦସ୍ତ ଫିଲ୍ଡି କରିୟ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚଙ୍କୁ ଆଉଟ୍‌ କରିଥିଲା ଓ୍ବେଷ୍ଟଇଣ୍ଡିଜ ଦଳ।
ସୂଚନାଯୋଗ୍ୟ, ଦ୍ୱାଦଶ ଓଭରରେ ହେଡେନ ୱାଲଶଙ୍କ ପଞ୍ଚମ ବଲରେ ଫିଞ୍ଚ ଏକ ବଡ ସଟ ମାରିବାକୁ ଚେଷ୍ଟା କରିଥିଲେ। ମିଡ୍‌ ଉଇକେଟ୍‌ରେ ଜଗିଥିବା ଡ୍ବେନ ବ୍ରାଭୋ କ୍ୟାଚ୍‌କୁ ଧରିବାକୁ ବିଫଳ ହୋଇଥିଲେ। କିନ୍ତୁ ସେ ସଙ୍ଗେ ସଙ୍ଗେ ବଲକୁ ପାଦରେ ଆଘାତ କରି ଫାବିଆନ ଏଲେନ୍‌ଙ୍କ ଅଡକୁ ପଠାଇଥିଲେ। ଏଲେନ୍‌ ତୁରନ୍ତ କ୍ୟାଚ୍‌ ନେଇଥିଲେ। ବ୍ରାଭୋ ଏବଂ ଏଲେନଙ୍କ ଏହି ଆଶ୍ଚର୍ଯ୍ୟଜନକ କ୍ୟାଚ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share