ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ ଘଟିଛି। ଏଠାର ଋଷିକୁଲ୍ୟା ରେଳ ବ୍ରିଜ ଉପରକୁ ହଠାତ ଜଣେ ଯୁବକ ଚଢି ଯାଇଥିଲେ l ସେହି ରାସ୍ତାଦେଇ ଆସୁଥିବା କୈଲ୍ୟାଣ ପୁର ଗ୍ରାମର କେ. ଏଲେୟା ରେଡି ବ୍ରିଜ ଉପରେ ଚଢ଼ି ଯାଇଥିବା ଯୁବକକୁ ଦେଖି ତଳକୁ ଓଲ୍ଲାଇ ଆସିବାକୁ କହିଥିଲେ l ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବକ ଜଣକ ତଳକୁ ନ ଆସିବାରୁ ବାଧ୍ୟହୋଇ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ଫୋନ ମାଧ୍ୟମରେ ଘଟଣା ସମ୍ପର୍କରେ ସେ ଅବଗତ କରିଥିଲେ।

ଖବରପାଇ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ପରାମର୍ଶ କ୍ରମେ ଏସ୍‌ଆଇ ସୁଦୀପ୍ତ ସାହୁ, ଏଏସ୍‌ଆଇ ପ୍ରଦୀପ କୁମାର ବେହେରା, ଏଏସ୍‌ଆଇ ଟି. ଲୁଲା ଜେନା, କେ ଶଙ୍କର ରାଓ ଏବଂ ପଦୋନ୍ନତି ପାଇଥିବା ଅଶ୍ୱନୀ ପଟ୍ଟନାୟକଙ୍କ ସମେତ ଯୁବ ସ୍ବେଛାସେବୀ ସୁଧିର କୁମାର ପାଢ଼ୀ, ଆଶ୍ମିତ ପଣ୍ଡା, ବିଭୁତି ପଲାଇ, ପପୁ ପଣ୍ଡା, କାହ୍ନୁ ନାୟକ ପ୍ରମୁଖ ସେଠାରେ ପହଞ୍ଚି ଯୁବକଙ୍କୁ ତଳକୁ ଆସିବାପାଇଁ ବାରମ୍ବାର ଅନୁରୋଧ କରିଥିଲେ । ଦୀର୍ଘ ଏକ ଘଣ୍ଟା ପରେ ଯୁକକଙ୍କୁ ସ୍ଥାନୀୟ ଯୁବ ଗୋଷ୍ଠୀ ଓ ପୋଲିସ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଯୁବକ ଜଣଙ୍କ ଓହ୍ଲାଇବା ପରେ ସେ ଜଣେ ମାନସିକ ବିକୃତ ବ୍ୟକ୍ତି ବୋଲି ଜଣାପଡ଼ିଥିଲା l ତାଙ୍କୁ ପୋଲିସ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri