ବିବାହ ପାଇଁ ଲୁଚାଇ ଥିଲେ କୋଭିଡ୍‌ ରିପୋର୍ଟ

ଦିଗପହଣ୍ଡି,୨୧।୫: ଗତ ସୋମବାର କୋଭିଡ୍‌ ଟେଷ୍ଟ କରାଇଥିଲେ। କିନ୍ତୁ ରିପୋର୍ଟ ଆସିଲା ପଜିଟିଭ୍‌। ଏ ସମ୍ପର୍କରେ ବରଙ୍କ ପରିବାର ଲୋକେ ଜାଣିଥିଲେ। ଏହାସତ୍ତ୍ୱେ ବାହା ହେବାକୁ ବେଦୀରେ ବସିଥିଲେ ବର। ଖବର ପାଇ ପ୍ରଶାସନ ଚଢାଉ କରି ବରକୁ ଆଇସୋଲେଶନକୁ ପଠାଇଦେଇଛି। ଫଳରେ ଘରକୁ ଫେରିଛନ୍ତି କନ୍ୟା। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଦସେଇପୁର ଅଞ୍ଚଳରେ। ବର ସମ୍ପୂର୍ଣ୍ଣ ସୁସ୍ଥ ହେବାର ୩୦ ଦିନ ପରେ କରୋନା ଟେଷ୍ଟ କରାଇବେ। ରିପୋର୍ଟ ନେଗେଟିଭ୍‌ ଆସିଲେ ବାହାଘର କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ବରଙ୍କ କରୋନା ରିପୋର୍ଟ ସମ୍ପର୍କରେ କନ୍ୟା ଘର ଲୋକଙ୍କୁ ଅବଗତ କରାଯାଇ ନ ଥିବା ଜଣାପଡିଛି।