Odisha Elections 2024

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦ର ଅନାବରଣ

ଭୁବନେଶ୍ୱର,୧୨।୪(ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦ରେ ଅନେକ ବୈଶିଷ୍ଟ୍ୟ ସାଙ୍ଗକୁ ଆଧୁନିକ ଫିଚର ଏବଂ ୨୪୯ସିସିର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ସହ ୨୪.୧ବିଏଚ୍‌ପି,୨୧.୫ଏନ୍‌ଏମ୍‌ ଭଳି ସୁବିଧା ସାମିଲ ରହିଛି।

ସେହିଭଳି ୩୭ ଏମ୍‌ଏମ୍‌ ୟୁଏସ୍‌ଡି ଫର୍କ ସହିତ ୩ସ୍ତରୀୟ ଟିସିଏସ୍‌ ଆଣ୍ଡ ଏବିଏସ୍‌ ଟୋକ୍ନୋଲୋଜି ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ଉପକରଣ ସାଙ୍ଗକୁ କନ୍‌ସୋଲ ଏବଂ ବ୍ଲୁ ଟୁଥ୍‌ କନେକ୍ଟିଭିଟି ଭଳି ସୁବିଧା ଅନ୍ତର୍ଭୁକ୍ତ ରହିଛି। ଅପରପକ୍ଷରେ ୫ସ୍ପିଡ୍‌ ଗିୟରବକ୍ସ ସହିତ ଓ୍ବାଇଡ୍‌ ଟାୟାର ଭଳି ଅନେକ ସୁରକ୍ଷାଭିତ୍ତିକ ସୁବିଧା ଓ ଫିଚର ଏହି ମଡେଲରେ ସାମିଲ ହୋଇଥିବାବେଳେ ଆକର୍ଷଣୀୟ ଡିଜାଇନ ଓ ୩ଟି ମନଲୋଭା ରଙ୍ଗ ସହ ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍‌ ନୂଆଦିଲ୍ଲୀ) ୧.୫୧ ଲକ୍ଷ ଟଙ୍କା ରହିଛି।

ଏ ସମ୍ପର୍କରେ ବଜାଜ୍‌ ଅଟୋ ଲିମିଟେଡ୍‌ର ସଭାପତି (ମୋଟରସାଇକେଲ) ସାରଙ୍ଗ କାଣ୍ଡେ କହିଛନ୍ତି, ଆମେ ଆମର ନୂତନ ମଡେଲ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦’କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଏନ୍‌ ସିରିଜ ଘରୋଇ ବଜାରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲାବେଳେ ସିରିଜର ଅଗ୍ରଣୀ ମଡେଲ ଏନ୍‌୧୫୦ ଏବଂ ଏନ୍‌୧୬୦ ମଧ୍ୟ ପୂର୍ବରୁ ମାର୍କେଟ ଲିଡର ଭାବେ ବେଶ୍‌ ପ୍ରଭାବଶାଳୀ କାରବାର ସହ ଯୁବବର୍ଗଙ୍କ ନିକଟତର ହୋଇପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗୁଲ ପେ’ ୟୁଜର୍ସଙ୍କ ପାଇଁ ଖୁସି ଖବର, ଆକାଉଣ୍ଟରୁ କଟିବନି ଟଙ୍କା ଆଉ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୨୪।୫: ଆପଣ ‘ଗୁଗୁଲ ପେ’ ବ୍ୟବହାର କରନ୍ତି କି? ଯଦିି ଆପଣ ଗୁଗୁଲ ପେ’ ବ୍ୟବହାରକାରୀ, ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି...

ପେଟ୍ରୋଲ-ଡିଜେଲରେ ଲାଗିବ ଜିଏସଟି! ମୋଦି ୩.o ରେ ଏପରି ହେବ ବୋଲି ଦାବି କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୪।୫: ଶେଷ ପର୍ଯ୍ୟାୟରେ ୨୦୨୪ ଲୋକ ସଭା ନିର୍ବାଚନ। ଜନତା ଏବେ ୪ ଜୁନର ଫଳାଫଳକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ରେଜଲ୍ଟ ଆସିବା ପୂର୍ବରୁ...

୫୦୦୦-୬,୩୦୦ କର୍ମଚାରୀ ଛଟେଇ କରିପାରେ ପେଟିଏମ: ରିପୋର୍ଟ

ମୁମ୍ବାଇ,୨୪ା୫: ଫାଇନାନସିଆଲ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ଅନୁଯାୟୀ ପେଟିଏମ ପ୍ୟାରେଣ୍ଟ କମ୍ପାନୀ ଓ୍ବାନ୍‌ ୯୭ କମ୍ୟୁନିକେସନ ଚଳିତ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ...

ପ୍ରଥମଥର ୨୩,୦୦୦ ଅତିକ୍ରମ କଲା ନିଫ୍ଟି, ସର୍ବକାଳୀନ ଉଚ୍ଚରେ ସେନସେକ୍ସ

ମୁମ୍ବାଇ, ୨୪ା୫: ଦେଶରେ ନିର୍ବାଚନ ଜାରି ରହିଥିଲା ବେଳେ ସକାରାତ୍ମକ ଫଳାଫଳ ଆଶାରେ ଶେୟାର ବଜାରରେ ଉତ୍ସାହ ଲାଗି ରହିଛି। ଏହି କ୍ରମରେ ଶୁକ୍ରବାର ସେନସେକ୍ସ...

ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୪ା୫: ଦେଶର ପ୍ରମୁଖ ଘରୋଇ ଇ-କମର୍ସ ମାର୍କେଟ ପ୍ଲେସ୍‌ ଫ୍ଲିପ୍‌କାର୍ଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ସହ ଗ୍ରୋସରି ବ୍ୟବସାୟରେ ଉଲ୍ଲେଖନୀୟ ସଫଳତା ପାଇଛି। ଏପରିକି ପ୍ଲାଟ୍‌ଫର୍ମ...

କ୍ଲିନ୍‌ ଆଣ୍ଡ କ୍ଲିୟରର ନୂତନ ଅଭିଯାନ

ନୂଆଦିଲ୍ଲୀ,୨୪ା୫: ଦେଶର ପ୍ରମୁଖ ସ୍କିନ୍‌କେୟାର ବ୍ରାଣ୍ଡ୍‌ ‘କ୍ଲିନ୍‌ ଆଣ୍ଡ କ୍ଲିୟର’ର ନୂତନ ଅଭିଯାନ ‘ପିମ୍ପଲ ହି ତୋ ହୈ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ଫ୍ରିଡମ ଅଏଲର ନ୍ୟୁ କ୍ୟାମ୍ପେନିଂ

ନୂଆଦିଲ୍ଲୀ,୨୪ା୫: ଜେମିନୀ ଏଡିବେଲ୍ସ ଆଣ୍ଡ ଫାଟ୍ସ ଇଣ୍ଡିଆ ଲିମିଟେଡ୍‌(ଜେମିନୀ ଇଣ୍ଡିଆ)ର ଅଗ୍ରଣୀ ବ୍ରାଣ୍ଡ୍‌ ଫ୍ରିଡମ ହେଲ୍‌ଦି କୁକିଂ ଅଏଲର ନୂତନ ଅଭିଯାନ (ନ୍ୟୁ କ୍ୟାମ୍ପେନିଂ) ‘ଆର୍‌...

ଏନ୍‌ଟିପିସିକୁ ଏଟିଡି ବେଷ୍ଟ ଆୱାର୍ଡ

ଭୁବନେଶ୍ୱର,୨୪ା୫: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥା ତଥା ମହାରତ୍ନ କମ୍ପାନୀ ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେଶନ(ଏନ୍‌ଟିପିସି) ଲିମିଟେଡ୍‌କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri