Posted inଜାତୀୟ

ଫେବୃୟାରୀରେ ଆସିବ କୋଭାକ୍ସିନ୍‌ ଟିକା

ନୂଆଦିଲ୍ଲୀ, ୬ା୧୧:ଭାରତ ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଚଳିତ ମାସରେ ଆରମ୍ଭ ହୋଇଛି। ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ ବୋଲି ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ତେଣୁ ଫେବୃୟାରୀରେ ଟିକା ବଜାରକୁ ଆସିଯିବ ବୋଲି ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ ସୂଚନା ଦେଇଛନ୍ତି। ସରକାରଙ୍କ ଦ୍ୱାରା ପରିଚାଳିତ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ସହଯୋଗରେ ଭାରତ ବାୟୋଟେକ ପ୍ରସ୍ତୁତ କରୁଥିତ୍ବା କୋଭାକ୍ସିନ୍‌ ଟିକା ୨୦୨୧ ଦ୍ୱିତୀୟ ତ୍ରୈମାସିକ ବେଳକୁ ଉପଲବ୍ଧ ହେବ ବୋଲି ପୂର୍ବରୁ ଆଶା କରାଯାଉଥିଲା। ଏହା ଭଲ ଫଳାଫଳ ଦେଇଥିତ୍ବା କୋଭିଡ୍‌-୧୯ ଟାସ୍କଫୋର୍ସ ସଦସ୍ୟ ତଥା ଆଇସିଏମ୍‌ଆର୍‌ର ବରିଷ୍ଠ ବୈଜ୍ଞାନିକ ରଜନୀ କାନ୍ତ କହିଛନ୍ତି। ତେବେ ତୃତୀୟ ପରୀକ୍ଷା ଶେଷ ହେବା ପୂର୍ବରୁ କୋଭାକ୍ସିନ୍‌ ଟିକା ଲୋକଙ୍କୁ ଦିଆଯିବ କି ନାହିଁ, ସେନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ବୋଲି ସେ ସୂଚନା ଦେଇଛନ୍ତି। ଗୁରୁବାର ଦେଶରେ ୫୦,୨୦୧ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩.୬ ଲକ୍ଷ ଅତିକ୍ରମ କରିଛି। ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧,୨୪,୩୧୫ରେ ପହଞ୍ଚତ୍ଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ବିଆଇ ଗଭର୍ନରଙ୍କୁ କରୋନା

ନୂଆଦିଲ୍ଲୀ,୨୫।୧୦: ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି।...

ଏମ୍‌ପିଙ୍କ ଦ୍ୱାରା ପଠାଯାଉଥିବା ରୋଗୀଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ଏମ୍ସ୍‌ର ନିର୍ଦ୍ଦେଶ, ଡାକ୍ତର ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୨୦।୧୦ : ଏମ୍‌ପିଙ୍କ ଦ୍ୱାରା ପଠାଯାଇଥିବା ରୋଗୀମାନଙ୍କ ପାଇଁ ଏମ୍ସ ପକ୍ଷରୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ସଂଘ...

ଥରିଲା ଆଣ୍ଡାମାନ

ପୋର୍ଟବ୍ଲେୟାର୍‌,୬।୧୨: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁରରୁ ୫୫...

ଏନ୍‌କ୍ଲୋଜରରେ ରହିଲା ମଣିଷଖିଆ ବାଘ

ଭୋପାଳ, ୭।୬: ମଧ୍ୟପ୍ରଦେଶରେ ଏକ ମଣିଷଖିଆ ବାଘକୁ ଏନ୍‌କ୍ଲୋଜରରେ ରଖାଯାଇଛି। କାହ୍ନା ଜାତୀୟ ଅଭୟାରଣ୍ୟରେ ଥିବା ଏହି ବାଘକୁ ଟ୍ରାଙ୍କ୍ବ୍ୟୁଲାଇଜ୍‌ କରାଯାଇ ଭୋପାଳ ବନ ବିହାରକୁ...

ଗୁଜରାଟରେ ଆଜିଠାରୁ ମୋଦିଙ୍କ ପ୍ରଚାର ଅଭିଯାନ ଆରମ୍ଭ, କଂଗ୍ରେସର ଗଡ ସୌରାଷ୍ଟ୍ରରେ କରିବେ ପ୍ରଚାର

ନୂଆଦିଲ୍ଲୀ,୨୦ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଣ୍ଟ୍ରି ହୋଇ ସାରିଛି । ଶନିବାର ମୋଦି ବଲସାଡରେ ରାଲି କରିବା...

ଭୁପେଶ-ରମଣ ଟୁଇଟର ଯୁଦ୍ଧ…

ରାୟପୁର, ୨୩।୭ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ ଜାରି ରହିଛି। ପୂର୍ବରୁ...

ସୁଦୀକ୍ଷାଙ୍କ ମୃତ୍ୟୁକୁ ନେଇ ରାଜନୀତି

ବୁଲନ୍ଦସହର,୧୨ା୮ : ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରେ ଜଣେ ମେଧାବୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆମେରିକାର ଏକ କଲେଜରେ ପଢ଼ୁଥିବା ୨୦ ବର୍ଷୀୟା...

କଂଗ୍ରେସର ୫୧ ଏମ୍‌ପିଙ୍କ କଥା ମାନିଲେନି ରାହୁଲ: ଅଧ୍ୟକ୍ଷ ହେବାକୁ କଲେ ମନା

ନୂଆଦିଲ୍ଲୀ,୨୬।୬: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ବିଫଳତା ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଅଡ଼ି ବସିଛନ୍ତି। ବୁଧବାର ୟୁପିଏ ଅଧ୍ୟକ୍ଷା ସୋନିଆ...

Advertisement
Archives

Model This Week