ମାର୍ଶାଘାଇ, ମହାକାଳପଡ଼ା, ପାଟକୁରାରେ ପ୍ରତିଷ୍ଠା ହେବ କୋର୍ଟ

କେନ୍ଦ୍ରାପଡ଼ା ଅଫିସ,୧୦।୭: ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ରାଜ୍ୟର ୩୮ଟି ନୂତନ କୋର୍ଟ ପାଇଁ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଗତ ୫ ତାରିଖରେ ଆକାଉଣ୍ଟ ଜେନେରାଲଙ୍କୁ ଚିଠି (ନଂ- ଆଇଜେ-୬୧/ ୨୦୨୧- ୭୫୦୨) ହୋଇଛି ା ଏହି ଚିଠିରେ କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇ, ମହାକାଳପଡା ଓ ଗରଦପୁର ବ୍ଲକ ପାଟକୁରାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି ା ତେବେ ରାଜକନିକା ବ୍ଲକ ଅଞ୍ଚଳରେ କୋର୍ଟ ସ୍ଥାପନ ଦାବି ରହିଛି ା ଏଥିସହିତ ପଟ୍ଟାମୁଣ୍ଡାଇ, ମାର୍ଶାଘାଇ ଓ ରାଜକନିକାକୁ ସବ୍‌ଡିଭିଜନ ମାନ୍ୟତା ପାଇଁ ସ୍ବର ଉଠିଛି ା ଗତ ମେ’ ଶେଷ ସୁଦ୍ଧା ଜିଲାରେ ୫୫୫୭୨ ମାମଲା ପଡିରହିଛି ା କୋର୍ଟ ପ୍ରତିଷ୍ଠା ହେଲେ ଉପରୋକ୍ତ ମାମଲାର ଶୀଘ୍ର ଶୁଣାଣି ହେବ ବୋଲି ସ୍ଥାନୀୟ ଜିଲାବାସୀ ମତ ଦେଇଛନ୍ତି ା
ତଥ୍ୟ ଅନୁଯାୟୀ ଜିଲାରେ ୧୭୯୨୯ ଦେୱାନୀ ଓ ୩୭୭୪୩ ଫୌଜଦାରି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି ା ଏହି ମାମଲା ମଧ୍ୟରୁ ୯୫୫୮ ଦେୱାନୀ ଓ ୧୭୭୫୦ ଫୌଜଦାରି ମାମଲା ଗତ ୫ ବର୍ଷ ଧରି ଚାଲିଛି ା ଏଥିସହିତ ପାରିବାରିକ ଓ ବାଣିଜି୍ୟକ ମାମଲା ରହିଛି ା ଗତ ମେ’୨ରେ ଜିଲାରେ ବାଣିଜି୍ୟକ କୋର୍ଟ ସ୍ଥାପନ ହେବ ବୋଲି ଘୋଷଣା ହୋଇଛି ା ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ହେଉଛି ବିଚାର ବିଭାଗ ା ଯେଉଁଠି ସମସ୍ତ ବ୍ୟବସ୍ଥା ଫେଲ ମାରେ ସାଧାରଣ ଲୋକେ ବିଚାର ବିଭାଗର ଦ୍ୱାରସ୍ଥ ହୋଇଥାନ୍ତି ା ତେବେ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ହେଉଥିବା ବିଳମ୍ବ ସାମାଜିକ ଜୀବନକୁ ବ୍ୟତିବ୍ୟସ୍ତ କରାଉଛି ା ମାର୍ଶାଘାଇ, ଗରଦପୁର ଓ ମହାକାଳପଡ଼ାରେ କୋର୍ଟ ସ୍ଥାପନ ଦ୍ୱାରା ମାମଲାଗୁଡିକର ଶୁଣାଣି ଶୀଘ୍ର ହେବ ା ଦେୱାନୀ ମାମଲାରେ ପଡି ଚାଷୀ ସ୍ବତ୍ୱ ସାବ୍ୟସ୍ତ ହୋଇପାରୁ ନ ଥିବାରୁ କ୍ଷେତ ପଡିଆ ପଡୁଛି ା ସେହିପରି ଫୌଜଦାରି ମାମଲାର ଶୁଣାଣି ହୋଇ ଫଇସଲା ହେବା ଆବଶ୍ୟକ ା ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରିଆ କହିଛନ୍ତି, ଜିଲାରେ ମାମଲା ସଂଖ୍ୟା ବଢ଼ି ଚାଲିଛି ା ଭୌଗୋଳିକ ଦୃଷ୍ଟିକୋଣରୁ ରାଜକନିକା ଜିଲାର ବୃହତ୍‌ ଅଞ୍ଚଳ ହୋଇଥିଲେ ମଧ୍ୟ ସେଠାରେ ଜେଏମ୍‌ଏଫ୍‌ସି କୋର୍ଟ ନାହିଁ ା ଏଥିସହିତ ରାଜକନିକାକୁ ସବ୍‌ଡିଭିଜନ ମାନ୍ୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଆସୁଛି ା ଏହାକୁ ନେଇ ଜିଲା ପ୍ରଶାସନ, ଆରଡିସି, ରାଜ୍ୟ ସରକାରଙ୍କ ଆଇନ ଓ ରାଜସ୍ବ ବିଭାଗକୁ ଦାବିପତ୍ର ଦିଆଯାଇଛି ା ଏବେ ରାଜକନିକା ବ୍ୟତୀତ ଅନ୍ୟ ସବୁ ଅଞ୍ଚଳରେ କୋର୍ଟ ସ୍ଥାପନ ହେବା ପରେ ସ୍ଥାନୀୟ ଲୋକମାନେ ନ୍ୟାୟ ପାଇବାରେ ପଛୁଆ ହେବା ଆଶଙ୍କା ସୃଷ୍ଟି ହୋଇଛି ା ଏହାକୁ ନେଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ ମତ ଦେଇଛନ୍ତି ା ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ତୃଣମୂଳସ୍ତରରେ ତ୍ୱରିତ ଶାସନ ବ୍ୟବସ୍ଥା ଓ ଉନ୍ନୟନ କାର୍ଯ୍ୟ ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣର ଆବଶ୍ୟକତା ଅଛି ା ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୩ରେ ରାଜ୍ୟର ୧୩ ଜିଲାକୁ ୩୦ ଜିଲାକୁ ପରିବର୍ତ୍ତନ କରିଥିଲେ ା ଏହିନୀତିକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫୮ରୁ ଶତାଧିକ ସବ୍‌ଡିଭିଜନରେ ପରିଣତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ା ଜିଲାର ପଟ୍ଟାମୁଣ୍ଡାଇ ସହିତ ମାର୍ଶାଘାଇକୁ ସବ୍‌ଡିଭିଜନର ମାନ୍ୟତା ମିଳିଲେ ତ୍ୱରିତ ସେବା ମିଳିପାରିବ ା ରାଜନଗର, ରାଜକନିକା, ଆଳି ଓ ପଟ୍ଟାମୁଣ୍ଡାଇର କେନ୍ଦ୍ରାଞ୍ଚଳ ଭାବେ ପଟ୍ଟାମୁଣ୍ଡାଇକୁ ସବ୍‌ଡିଭିଜନ ମାନ୍ୟତା ମିଳିଲେ ପ୍ରାୟ ୭ ଲକ୍ଷ ଅଧିବାସୀ ଉପକୃତ ହେବେ ା ସେହିପରି ପ୍ରାୟ ୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମାର୍ଶାଘାଈ, ମହାକାଳପଡ଼ା ଓ ଗରଦପୁର ବ୍ଲକ୍‌କୁ ନେଇ ମାର୍ଶାଘାଈ ସବ୍‌ଡ଼ିଭିଜନ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି ା ସବ୍‌ଡ଼ିଭିଜନ ପ୍ରତିଷ୍ଠା ପାଇଁ ମାର୍ଶାଘାଈଠାରେ ପର୍ଯ୍ୟାପ୍ତ ସ୍ଥାନ ସହିତ ଭିତିଭୂମି ଥିବା ସେ ଦାବି କରିଛନ୍ତି ା ତାଙ୍କର ଏହି ଦାବିକୁ ସ୍ଥାନୀୟ ଅଞ୍ଚଳର କୈଳାସ ଚନ୍ଦ୍ର ବେହେରା, ପ୍ରମୋଦ ରଥ , ସଞ୍ଜୟ ଲେଙ୍କା, ବିଭ୍ରାଂଶୁ ଲେଙ୍କା, ମାଧବ ନାୟକ, ଚନ୍ଦ୍ରମଣି ସାହୁ, ଅଶୋକ ମହାପାତ୍ର ପ୍ରମୁଖ ସମର୍ଥନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଇରାନ ଯୁଦ୍ଧରେ ଫସିଗଲେ ଟ୍ରମ୍ପ, ହରାଇବେ ପଦ! ଇସ୍ତଫା ଦାବି କଲେ…

ଓ୍ବାଶିଂଟନ୍‌,୮।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୮ ତାରିଖରେ ଯେତେବେଳେ ଇସ୍ରାଏଲ ସହ ମିଶି ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲେ, ସେତବେଳେ ସେ ଭେନେଜୁଏଲାରେ…

ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି: ଚିଠି କରି କାମ ସାରିଦେଲେ…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ…

ଯୁଦ୍ଧ ବନ୍ଦ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ମୁଁ ଘୋଷଣା କରୁଛି ଯେ, ଆଗାମୀ ଦିନରେ…

ଇସଲାମାବାଦ,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଶେଷରେ ଆମେରିକା ଏବଂ ଇରାନ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା…

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri