ନୁସରତଙ୍କ ବିବାହକୁ ଅବୈଧ ଘୋଷଣା କଲେ କୋର୍ଟ

କୋଲକାତା,୧୮।୧୧: ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଏବେ ଚର୍ଚ୍ଚାରେ ରହୁଛନ୍ତି। । ତାଙ୍କ ବିବାହକୁ ନେଇ ଉଠିଛି ପୁଣି ବିବାଦ। ୨୦୧୯ ଜୁନ ୧୯ ରେ ନିଖିଲ ଜୈନ ଏବଂ ନୁସରତଙ୍କ ବିବାହ ହୋଇଥିଲା। ଏବେ ଏହି ବିବାହକୁ କୋଲକାତା କୋର୍ଟ ଅବୈଧ ବୋଲି ଘୋଷଣା କରିଛନ୍ତି।

ହିନ୍ଦୁ ଆଇନ ଅନୁଯାୟୀ ନୁସରତଙ୍କ ଏହି ପ୍ରଥମ ବିବାହ ଅମାନ୍ୟ ଅଟେ ବୋଲି କୋର୍ଟ କହିଛନ୍ତି। ପୂର୍ବରୁ ନୁସରତ ମଧ୍ୟ ନିଜ ବିବାହକୁ ଅବୈଧ ବୋଲି କହିଥିଲେ। ଭାରତରେ ନିଖିଲ ସହ ହୋଇଥିବା ତାଙ୍କ ବିବାହ କୌଣସି ମାନ୍ୟତା ନାହିଁ ବୋଲି କହିଥିଲେ। ଏବେ କୋଲକାତା କୋର୍ଟ ନୁସରତ ଜାହାଁ ଏବଂ ନିଖିଲ ଜୈନଙ୍କ ପ୍ରଥମ ବିବାହକୁ ଆଇନଗତ ଭାବରେ ଅବୈଧ ବୋଲି ଘୋଷଣା କରିଛନ୍ତି। ନୁସରତ ଜଣେ ମୁସଲମାନ ଏବଂ ନିଖିଲ ଜୈନ ଜଣେ ହିନ୍ଦୁ ଅଟନ୍ତି। ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ନୁସରତ ଏବଂ ନିଖିଲ ବିବାହ କରିନାହାନ୍ତି ବୋଲି କୋଲକାତା କୋର୍ଟ କହିଛନ୍ତି। ଚଳିତ ବର୍ଷ ଜୁନ୍‌ ୯ରେ ମଧ୍ୟ ଟିଏମସି ଏମ୍‌ପି ନୁସରତ ଏମ ବିବୃତ୍ତି ଜାରି କରି କହିଥିଲେ ଯେ, ନିଖିଲଙ୍କ ସହ ତାଙ୍କ ବିବାହ ତୁର୍କୀ ନିୟମ ଅନୁଯାୟୀ ହୋଇଛି। ତେଣୁ ଏହା ଭାରତରେ ବୈଧ ନୁହେଁ।

Share