୨୦୨୨ରେ ବିବାହ କରିବେ ବଲିଉଡ୍‌ର ଏହିସବୁ ଯୋଡ଼ି

ମୁମ୍ବାଇ: ୨୦୨୨ରେ ବଲିଉଡ୍‌ର କିଛି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଆଲିଆ-ରଣବୀର,ଅର୍ଜୁନ-ମଲାଇକା,ଆଦର-ତାରା,କିଆରା-ସିଦ୍ଧାର୍ଥ, ରାହୁଲ-ଆଥିଆ।

ଆଲିଆ-ରଣବୀର:
୨୦୧୮ରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ମଧ୍ୟରେ ପ୍ରେମସମ୍ପର୍କ ଚାଲିଆସୁଛି। ତେବେ ଏହି ଯୋଡ଼ି ୨୦୨୨ରେ ବିବାହ କରିବେ।

ଅର୍ଜୁନ-ମଲାଇକା:
ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ମଧ୍ୟରେ ୨୦୧୯ରୁ ପ୍ରେମ ସମ୍ପର୍କ ଚାଲିଆସୁଛି। ଏହି ଯୋଡ଼ି ୨୦୨୨ରେ ହାତକୁ ଦି’ ହାତ ହେବେ।

ଆଦର-ତାରା:

ଆଦର ଜୈନ ଏବଂ ତାରା ସୂତରିଆ ୨୦୨୨ରେ ବିବାହ କରିବେ।

ରାହୁଲ: ଆଥିଆ:

କେଏଲ୍‌ ରାହୁଲ ଏବଂ ଅଭିନେତ୍ରୀ ଆଥିଆ ସେଟ୍ଟୀ ଦୀର୍ଘଦିନ ଧରି ପରସ୍ପରକୁ ଡେଟିଂ କରୁଥିଲେ। ୨୦୨୨ରେ ଏହି ଯୋଡ଼ିଙ୍କ ସାହାନାଇ ବାଜିବ।

କିଆରା-ସିଦ୍ଧାର୍ଥ:

ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ୨୦୨୨ରେ ବିବାହ କରିବେ। ଦୁଇଜଣ ଭଲ ସାଙ୍ଗ ଥିଲେ। ଏବେ ଏହି ଯୋଡ଼ି ବିବାହ କରିବାକୁ ଯାଉଛନ୍ତି।

Share