ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ଜଣେ ସରକାରୀ କର୍ମଚାରୀ ଓ ତାଙ୍କ ସ୍ତ୍ରୀ’ଙ୍କୁ ଶନିବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଗିରିଶୋଲା ଗେଟ୍‌ର ତତ୍‌କାଳୀନ ୪ର୍ଥ ଶ୍ରେଣୀ କର୍ମଚାରୀ ସତ୍ୟ ନାରାୟଣ ଶତପଥୀ(୫୭) ଓ ତାଙ୍କ ସ୍ତ୍ରୀ ଝୁନୁଲତା ଶତପଥୀ(୫୫)। ଉଭୟଙ୍କୁ ୩ ବର୍ଷ ଲେଖାଏ ଜେଲ ଦଣ୍ଡ ହୋଇଥିବା ବେଳେ ପ୍ରତ୍ୟେକ ୨୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି ା ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ଲେଖାଏ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ଜଜ୍‌ ନିଜ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୦୦ରୁ ୨୦୧୦ ପର୍ଯ୍ୟନ୍ତ ସତ୍ୟନାରାୟଣ ଓଡ଼ିଶା-ଆନ୍ଧ୍ର ସୀମାରେ ଥିବା ଗିରିଶୋଲା ତନଖି ଫାଟକ( ଗେଟ)ରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ସେହି ଗେଟ୍‌ ଦେଇ ଯାତାୟାତ କରୁଥିବା ବୋଝେଇ ମାଲବାହୀ ଟ୍ରକ୍‌ଗୁଡ଼ିକର ଓଜନ କରାଇବା କାର୍ଯ୍ୟ ସେ କରୁଥିଲେ। ତେବେ ସେତେବେଳେ ତାଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ ୨୦୧୦ ନଭେମ୍ବର ୮ ତାରିଖରେ ତାଙ୍କ ଘର ସମତେ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ୨୦୦୦ ଏପ୍ରିଲ ୨୦ରୁ ୨୦୧୦ ନଭେମ୍ବର ୪ ତାରିଖ ମଧ୍ୟରେ ତାଙ୍କ ଆୟ ବ୍ୟୟର ହିସାବ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୮୪ ଲକ୍ଷ ୧୬ହଜାର ୯୦୩ ଟଙ୍କା ଆକଳନ ହୋଇଥିଲା।

ସେହିପରି ସେ ଉକ୍ତ ସମୟ ମଧ୍ୟରେ ୩୦ଲକ୍ଷ ୭୧ ହଜାର ୨୫୭ଖର୍ଚ୍ଚ କରିଥିଲେ। ସେହି ସମୟ ମଧ୍ୟରେ ତାଙ୍କର ଆୟ ଥିଲା ୩୪ଲକ୍ଷ ୪୩ହଜାର ୩୦୩ ଟଙ୍କା। ସେଥିମଧ୍ୟରୁ ତାଙ୍କର ମୋଟ୍‌ ୮୦ ଲକ୍ଷ ୪୫ ହଜାର ୮୫୭ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ଦର୍ଶାଯାଇଥିଲା । ଯାହା ତାଙ୍କ ମୋଟ୍‌ ଆୟର ଶତକଡ଼ା ୨୩୪% ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା। ୨୦୦୦ଠାରୁ ୨୦୧୦ ମଧ୍ୟରେ ସତ୍ୟ ନାରାୟଣ ଉପରୋକ୍ତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଭିଜିଲାନ୍ସ କହିଥିଲା । ଉକ୍ତ ସମ୍ପତ୍ତିରେ ତାଙ୍କ ସ୍ତ୍ରୀ ଝୁନୁବାଳା ’ଙ୍କ ମଧ୍ୟରେ ଅଂଶ ରହିଥିଲା। ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସରେ ୪୯/୨୦୧୦ ରେ ଏକ ମାମଲା ରୁଜୁ ହେବା ସହ ସତ୍ୟନାରାୟଣ ଓ ତାଙ୍କ ସ୍ତ୍ରୀ’ଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ତେବେ ଉକ୍ତ ମାମଲାର ବିଚାରଣା ବେଳେ ସତ୍ୟ ନାରାୟଣଙ୍କ ଆୟ ବର୍ହିଭୂତ ସମ୍ପତ୍ତି ୬୮ ଲକ୍ଷ ୯୪ ହାଜର ୫୬୫ ବୋଲି କୋର୍ଟ ପକ୍ଷରୁ ନିର୍ଦ୍ଧାରଣ ହୋଇଥିଲା। ଯାହା ତାଙ୍କ ମୋଟ୍‌ ଆୟର ୧୪୮% ହୋଇଥିଲା। ଏହି ମାମଲାର ବିଚାରଣା ବେଳେ ମୋଟ୍‌ ୪୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ୍‌ ଶନିବାର ଉପରୋକ୍ତ ରାୟ ଶୁଣାଇଥିଲେ। ରାୟ ପ୍ରକାଶ ବେଳେ ଉଭୟ ସତ୍ୟନାରାୟଣ ଓ ତାଙ୍କ ସ୍ତ୍ରୀ କୋର୍ଟରେ ହଜାର ହୋଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri