Categories: ଫୁରସତ

ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ ଦମ୍ପତି, ଓ୍ବେଟରଙ୍କୁ ଦେଲେ ଦେଢ଼ ଲକ୍ଷ ଟଙ୍କାର ଟିପ; କାରଣ ଜାଣିଲେ…

ଚିକାଗୋସ୍ଥିତ ଲକି କ୍ଲବ୍‌ ରେଷ୍ଟୁରାଣ୍ଟରେ ଏକ ଦମ୍ପତି ଓ୍ବେଟରଙ୍କୁ ୨ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଦେଢ଼ ଲକ୍ଷ ଟଙ୍କାର ଟିପ୍‌ ଦେଇଛନ୍ତି। ଏହି କଥା ରେଷ୍ଟୁରାଣ୍ଟର ଫେସ୍‌ବୁକ୍‌ ପେଜରୁ ଜଣାପଡ଼ିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।

ଏହି ଦମ୍ପତି ୨୦ ବର୍ଷ ପୂର୍ବେ ପ୍ରଥମଥର ଏହି ରେଷ୍ଟୁରାଣ୍ଟକୁ ଆସିଥିଲେ। ଓ୍ବେଟର ଜଣଙ୍କ ତାଙ୍କର ଖାଇବା କଥା ବୁଝୁଥିଲେ। ସେହିଦିନଠାରୁ ପ୍ରତିବର୍ଷ ଏହି ଦମ୍ପତି ରେଷ୍ଟୁରାଣ୍ଟକୁ ଆସିଥାନ୍ତି ଆଉ ତାଙ୍କର ଭଲମନ୍ଦ ଖାଇବା କଥା ପଚାରି ବୁଝିଥାନ୍ତି ଓ୍ବେଟର ଜଣକ। ୨୦ ବର୍ଷ ପୂର୍ବେ ୧୨ ଫେବୃୟାରୀରେ ଦମ୍ପତି ପ୍ରଥମଥର ପାଇଁ ରେଷ୍ଟୁରାଣ୍ଟକୁ ଆସିଥିଲେ। ସେ ପ୍ରତିବର୍ଷ ସକାଳ ୭.୩୦ରୁ ବୁଥ୍‌ ୪୬କୁ ଆସିଥାନ୍ତି। ତାଙ୍କର ଏହି ସିଟ୍‌ ରିଜର୍ଭ ହୋଇ ରହିଥାଏ। ତାଙ୍କ ଜୀବନରେ ଏହି ତାରିଖ ସ୍ବତନ୍ତ୍ର ଅଟେ। ଯାହାକୁ ଆମେ ସେଲିବ୍ରେଟ୍‌ କରୁଛୁ। ଏହି ଦମ୍ପତିଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ରେଷ୍ଟୁରାଣ୍ଟ ବିଲ୍‌ ଉପରେ ଏମିତି ପ୍ରେମଭରା ଶବ୍ଦ ଲେଖାଯାଇଛି। ଯାହାକୁ ରେଷ୍ଟୁରାଣ୍ଟ ଫେସ୍‌ବୁକ ପେଜ୍‌ରେ ଶେୟାର କରାଯାଇଛି।

Share