ପାଇକମାଳ, ୨୬।୮(ବଡ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଅନ୍ତର୍ଗତ ଧାନ୍ଦୁପାଲି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ପରିବା କିଆରୀ ଜଗିଥିବା ସମୟରେ ହାତୀ ଆକ୍ରମଣରେ ଦମ୍ପତିଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ଉକ୍ତ ଗ୍ରାମର ବଲରାମ ରଣା (୫୮) ଓ ସ୍ତ୍ରୀ ଶଶୀ (୫୨) । ଉଭୟେ ନିଜ ପରିବା କିଆରୀ ନିକଟରେ ଥିବା ଝାଟିମାଟି ଘରେ ରହି ପରିବା କିଆରୀ ଜଗିଥିବା ବେଳେ ଏକ ବଣୁଆ ହାତୀ ଆକ୍ରମଣ କରିବାରୁ ସେମାନଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସକାଳୁ ଏହି ଦୁଃଖଦ ଖବର ଅଞ୍ଚଳବାସୀଙ୍କୁ ସ୍ତବ୍ଧ ଓ ଶୋକାଭିଭୁତ କରି ପକାଇଛି ।


