ଜମି କିଣାଇଦେବାକୁ କହି ୧୭ ଲକ୍ଷ ଟଙ୍କା ଟଙ୍କା ଠକି ନେଲେ, ଦମ୍ପତି ଗିରଫ

ପାଟଣା,୩୦।୯(ସ୍ବ. ପ୍ର.):କେନ୍ଦୁଝର ଜିଲା ପାଟଣା ପୋଲିସ ଠକେଇ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦମ୍ପତି ହେଉଛନ୍ତି ପାଟଣା ବ୍ଲକ କେନ୍ଦେଇ ପଶି ପଂଚାୟତ ଗମ୍ଭାରୀଆ ଗ୍ରାମର ବୁଦ୍ଧଦେବ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ପାତ୍ର। ଉଭୟ ସ୍ବାମୀ ସ୍ତ୍ରୀ ବାମୋରୀ ଥାନାର ଜୁରୁରେ ଭଡା ଘରେ ରହୁଥିଲେ। ଅଭିଯୋଗ ଅନୁଯାୟୀ ପାଟଣା ଥାନା ଟାଙ୍ଗରପଡା ପଞ୍ଚାୟତ ଭିମାପଡା ଗ୍ରାମର ପ୍ରଭାକର ମୁଣ୍ଡାଙ୍କ ଠାରୁ ଉକ୍ତ ଦମ୍ପତିଙ୍କୁ ଜମି କିଣାଇ ଦେବେ କହି ୨୦୧୬ ମସିହାରେ ୧୭ ଲକ୍ଷ ଟଙ୍କା ନେଇଥିଲେ। ପରେ ଜମି କିଣାଇ ନ ଦେବା ସହ ପ୍ରଭାକରଙ୍କୁ ବାରମ୍ବାର ଠକିବାରୁ ସେ କୋର୍ଟର ଦ୍ୱାରାସ୍ତ ହୋଇଥିଲେ। ପରେ ଏ ମାମଲା ଥାନା କୁ ଆସିବା ପରେ ପାଟଣା ଥାନା ପୋଲିସ ତଦନ୍ତ କରି ପାଟଣା ଥାନା ୧୪୧/୨୦ରେ ଏକ ମାମଲା ରୁଜୁ କରି ଗିରଫ କରିବା ପରେ ମଙ୍ଗଳବାର କୋର୍ଟ ଚାଲାଣ କରିଛି।