Categories: ଫୁରସତ

କରୋନାରୁ ରକ୍ଷା ପାଇବା ପାଇଁ ଦମ୍ପତି ନେଲେ ଏହି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ଅଧିକାଂଶ ଦେଶ ଏବେ କରୋନା ମହାମାରୀ ସହ ସଂଘର୍ଷ କରୁଛନ୍ତି। ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦେଶ କିଛି ନା କିଛି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସମୟରେ ଋଷ୍‌ର ଏକ ଦମ୍ପତି କରୋନାରୁ ରକ୍ଷା ପାଇବା ପାଇଁ ଘର ପଛରେ ଏକ ପିରାମିଡ୍‌ ତିଆରି କରିଛନ୍ତି। ଏହି ପିରାମିଡ୍‌ ଯଦିଓ ଇଜିପ୍ଟର ପିରାମିଡ୍‌ ପରି ବଡ଼ ନୁହେଁ ମାତ୍ର ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ମସ୍କୋର ଆଣ୍ଡ୍ରେ ବଖ୍ରୁଶେଭ୍‌ ଏବଂ ତାଙ୍କ ସ୍ତ୍ରୀ ଭିକ୍ଟୋରିଆ ସେମାନଙ୍କ ଘର ପଛରେ ଏହି ପିରାମିଡ୍‌ ନିର୍ମାଣ କରିଛନ୍ତି। ଏହି ଦମ୍ପତିଙ୍କ କହିବା ଅନୁଯାୟୀ, ଆକାର ପାର୍ଥକ୍ୟ ମାତ୍ର ଏହି ପିରାମିଡ୍‌ର ଗଠନ ଅବିକଳ ଇଜିପ୍ଟ ପିରାମିଡ୍‌ ସଦୃଶ।ଆଣ୍ଡ୍ରେଙ୍କ କହିବା ଅନୁଯାୟୀ, ପିରାମିଡ୍‌ ନିର୍ମାଣ ସମୟରେ କିଛି ଶ୍ରମିକ ଆହତ ହୋଇଥିଲେ। କିନ୍ତୁ ପିରାମିଡ ଭିତରେ କାମ କରି ସେ ଶୀଘ୍ର ସୁସ୍ଥ ହୋଇଗଲେ। କେବଳ ଏତିକି ନୁହେଁ, ଏହି ପିରାମିଡ୍‌ ନିର୍ମାଣ କରିଥିବା ଜଣେ ବ୍ୟକ୍ତି ମଧ୍ୟ ଅସୁସ୍ଥ ନ ଥିଲେ।

ଆଣ୍ଡ୍ରେ ଏହା ମଧ୍ୟ ଦୃଢ଼ତାର ସହ କହିଛନ୍ତି କି, ତାଙ୍କ ପିରାମିଡ୍‌ କରୋନା ସଂକ୍ରମଣର ବିପଦକୁ ଏଡ଼ାଇ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାରେ। ଏହି ପିରାମିଡ୍‌ ତିଆରି କରିବା ପାଇଁ ଦମ୍ପତିଙ୍କୁ କଣ୍ଟ୍ରାକ୍ଟର ଖୋଜିବା ପାଇଁ ୧ ମାସ ସମୟ ଲାଗିଥିଲା। ଏହି ପିରାମିଡ ଭୂମିଠାରୁ ୯ ମିଟର ଉଚ୍ଚତା ଏବଂ ୯ ମିଟର ଗଭୀରତାରେ ନିର୍ମାଣ କରାଯାଇଛି। ପ୍ରାୟ ୪୦୦ ଟନ୍‌ କଂକ୍ରିଟ ବ୍ଲକରେ ଏହା ନିର୍ମିତ ହୋଇଛି। ଯାହା କରୋନା ସଂକ୍ରମଣ ରୋକିବାରେ ସହାୟକ ହେବ। ଯେ କେହି ଚାହିଁଲେ କିଛି ଅର୍ଥ ପୈଠ ଏହି ପିରାମିଡ୍‌ରେ ରାତି ବିତାଇ ପାରିବେ ବୋଲି ଆଣ୍ଡ୍ରେ କହିଛନ୍ତି।

Share