Categories: ଫୁରସତ

ଅଧିକ ଟଙ୍କା ଖର୍ଚ୍ଚ ନ କରି ୩ ଅତିଥିଙ୍କ ଉପସ୍ଥିତିରେ ବିବାହ କଲେ ଏହି ଯୋଡ଼ି, କାରଣ ଜାଣିଲେ…

ପ୍ରେମୀଯୁଗଳ ବିବାହରେ ଅଧିକ ଟଙ୍କା ଖର୍ଚ୍ଚ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ମାତ୍ର ୩ ଅତିଥିଙ୍କ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯଦିଓ ଏହି ବାହାଘର କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥାଏ ତେବେ ଏହା ପଛରେ ଏକ କାରଣ ରହିଛି। ଯାହା ଜାଣିଲେ ଆପଣ ମଧ୍ୟ ପ୍ରଶଂସା କରି କହିବେ ଯାହା ହୋଇଛି ଠିକ୍‌ ହୋଇଛି।
ବ୍ରିଟେନରେ ରହୁଥିବା ବେଥ୍‌ ବେଟ୍‌ସ ଏବଂ ଜ୍ୟାକ୍‌ ପରସ୍ପରକୁ ଭଲ ପାଉଥିଲେ। ପରେ ବିବାହ ପାଇଁ ଉଭୟେ ନିଷ୍ପତ୍ତି ନେଇଥିଲେ। ଯାହାକି ସବୁଠୁ ଉତ୍ତମ ଆଉ ବୁଦ୍ଧିମତ୍ତାର ନିଷ୍ପତ୍ତି ଥିଲା। ନିଷ୍ପତ୍ତିଟି ହେଲା ସେମାନେ ବିବାହରେ ଅଧିକ ଅତିଥି ଡାକି ଅଯଥାରେ ଅର୍ଥ ଅପବ୍ୟୟ କରିବାକୁ ଚାହୁଁ ନ ଥିଲେ। ବିବାହରେ ଖର୍ଚ୍ଚ ହେବାକୁ ଥିବା ଟଙ୍କାରେ ସେ ଭଭୟଙ୍କ ପାଇଁ ଏକ ବିଳାସୂପୂର୍ଣ୍ଣ ଘର କିଣିବାକୁ ମନସ୍ଥ କରିଥିଲେ। ତେଣୁ ଅଯଥାରେ ଅତିଥି ଡାକି ଟଙ୍କା ଖର୍ଚ୍ଚ କରିବାକୁ ପସନ୍ଦ କରୁ ନ ଥିଲେ। ଫଳସ୍ବରୂପ ସେ ମାତ୍ର ୩ ଜଣ ଅତିଥିଙ୍କୁ ଏହି ବିବାହରେ ଡାକିଥିଲେ।

ଖାଲି ସେତିକି ନୁହେଁ, ଏହି ବିବାହ ଖୁବ୍‌ ନିରାଡମ୍ବର ଥିଲା। ସେ ଯେଉଁ ଡ୍ରେସ୍‌ ପିନ୍ଧିଥିଲେ ତା’ର ଦାମ୍‌ ମାତ୍ର ୨ ହଜାର ଟଙ୍କା ଥିଲା। ସାଧାରଣତଃ ଆଜିକାଲି ସମୟରେ ବ୍ରିଟେନରେ ଏକ ବିବାହ ହେଲେ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ଏହି ଯୋଡ଼ିଙ୍କ ବିବାହରେ କେବଳ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।

ବିବାହରୁ ବଞ୍ଚିଥିବା ଟଙ୍କାରେ ସେ ଥ୍ରି ବିଏଚ୍‌୍‌କେ ଏକ ଫ୍ଲାଟ୍‌ କିଣିଥିଲେ। ବେଥ୍‌ କହିଛନ୍ତି, ବିବାହ ପୂର୍ବରୁ ତାଙ୍କର ଏକ ପିଲା ଥିଲା ଏବେ ଦ୍ୱିତୀୟ ପିଲା ହେବା ପୂର୍ବରୁ ସେ ଘର କିଣି ନେବାକୁ ଚାହୁଁଥିଲେ। ବେଥ୍‌ କହିଛନ୍ତି, ଏହି ବିବାହରେ ସମ୍ପର୍କୀୟଙ୍କୁ ଡାକି ନ ଥିବାରୁ ସେମାନେ ଅଭିମାନ କରିଛନ୍ତି। ମାତ୍ର ତାଙ୍କ ମାତାପିତା ଏହି ବିବାହରେ ବହୁତ ଖୁସି ଅଛନ୍ତି।

Share