ପର୍ଯ୍ୟଟନସ୍ଥଳରେ ଏମିତି ଲଜ୍ଜାଜନକ କାମ କଲେ ପ୍ରେମୀଯୁଗଳ, ଆଉ ତା’ ପରେ…

ବ୍ରାସିଲିଆ,୮ା୧୨: ବ୍ରାଜିଲର ବ୍ୟସ୍ତବହୁଳ ସମୁଦ୍ର କୂଳ ବୁଲିବାକୁ ଯାଇଥିଲେ ପ୍ରେମୀଯୁଗଳ। ଏହି ଯୋଡ଼ି ସମୁଦ୍ର କୂଳରେ ଏମିତି କିଛି ଲଜ୍ଜାଜନକ କାମ କରିଛନ୍ତି, ଯାହା କ୍ୟାମେରାରେ କଏଦ ହୋଇଛି। ଏହା ପରେ ପ୍ରେମୀଯୁଗଳଙ୍କୁ ଗିରଫ କରିଛି ପୋଲିସ।

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ରିଓ ଡି ଜେନେରିଓର କାବୋ ଫ୍ରିଓ ବିଚ୍‌ରେ ହୋଇଛି। ଗତ ସପ୍ତାହରେ ଏଠାକୁ ଏକ ବ୍ରାଜିଲ କପଲ ବା ଯୋଡ଼ି ବୁଲିବାକୁ ଆସିଥିଲେ। ଶହ ଶହ ପର୍ଯ୍ୟଟକଙ୍କ ସାମ୍ନାରେ ସେମାନଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସତେ କି ଏହି ଯୋଡ଼ିଙ୍କର କାହାକୁ ଖାତିର ନ ଥିଲା। ଏଠାରେ ଉପସ୍ଥିତ ଥିବା ପର୍ଯ୍ୟଟକମାନେ ଭିଡିଓ କରି ଦେଇଥିଲେ। ଭିଡିଓ କ୍ଲିପ୍‌ ଭାଇରାଲ ହେବା ପରେ କାବୋ ଫ୍ରିଓ ସିଟି ପୋଲିସ ଏହାର ଯାଞ୍ଚ କରି ଉକ୍ତ ଯୋଡ଼ିଙ୍କୁ ଗିରଫ କରିଛି।

କିନ୍ତୁ ପୋଲିସ ଏହି ଯୋଡ଼ିଙ୍କ ସମ୍ପର୍କରେ କୌଣସି ସାର୍ବଜନିକ ସୂଚନା ଦେଇନାହିଁ। ଏମାନଙ୍କୁ ପଚରାଉଚରା ଚାଲିଛି। ଏକ ଐତିହାସିକ ସ୍ମାରକୀ ନିକଟରେ ଅଶ୍ଳୀଳତା ଆଚରଣ କରିବା ଏହି ଯୋଡ଼ିଙ୍କୁ ମହଙ୍ଗା ପଡ଼ିଛି।

Share