ଏମିତି ବିବାହ ବାର୍ଷିକୀ ପାଳନ କଲେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର- ରୋହନପ୍ରୀତ୍‌ଙ୍କ ବିବାହକୁ ବର୍ଷେ ପୂରିଛି। ଅକ୍ଟୋବର ୨୪ରେ ନେହା ଏବଂ ରୋହନପ୍ରୀତ୍‌ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ଏହି ଯୋଡ଼ି ରାଜସ୍ଥାନର ଉଦୟପୁର ଯାଇଛନ୍ତି।

ନେହା ଏବଂ ରୋହନପ୍ରୀତ୍‌ ବିବାହ ବାର୍ଷିକୀ ପାଳନର କିଛି ଫଟୋ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କ ପାଇଁ ଶେୟାର କରିଛନ୍ତି। ଯେଉଁଥିରେ ନେହା-ରୋହନ ରୋମାଣ୍ଟିକ ପୋଜ୍‌ରେ ନଜର ଆସିଛନ୍ତି। କିଛି ଫଟୋରେ ନେହା ଏବଂ ରୋହନ ପରସ୍ପରକୁ ସ୍ନେହରେ ଆଲିଙ୍ଗନ କରୁଥିବାବେଳେ କିଛି ଫଟୋରେ ସେମାନେ ପରସ୍ପର ଆଖି ମିଶାଇ ଚାହିଁଛନ୍ତି। ଉଭୟେ ବିବାହ ବାର୍ଷିକୀକୁ ରାଜକୀୟ ଢଙ୍ଗରେ ପାଳନ କରିଥିବା ସ୍ପଷ୍ଟ ଜଣାପଡୁଛି।

ଏକ ଫଟୋରେ ନେହା ଏବଂ ରୋହନ ହ୍ରଦ ମଝିରେ ଏକ ଡଙ୍ଗାରେ ବସିଛନ୍ତି। ସମାନଙ୍କ ଚାରିପାଖରେ ଅନେକ ସୁନ୍ଦର ଦୃଶ୍ୟ ଅଛି। ଏହି ଡଙ୍ଗାରେ ଏକ ଖାଇବା ଟେବୁଲ ମଧ୍ୟ ରଖାଯାଇଛି ଏବଂ କିଛି ଲୋକ ଠିଆ ହୋଇଛନ୍ତି ଯେଉଁମାନେ ସେମାନଙ୍କର ଡଙ୍ଗା ଚଳାଉଛନ୍ତି। ଏହି ଫଟୋଗୁଡ଼ିକରେ ନେହାଙ୍କୁ ଭାରତୀୟ ଲୁକ୍‌ରେ ଦେଖିବାକୁ ମିଳିଥିବାବେଳେ ରୋହନ ଜିନ୍ସ ଏବଂ ଶର୍ଟରେ ନଜର ଆସିଛନ୍ତି।

ନେହୁ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ଆମର ପ୍ରଥମ ବିବାହ ବାର୍ଷିକୀ ଏହିପରି। ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଆମକୁ ସ୍ବତନ୍ତ୍ର ଅନୁଭବ କରିଛନ୍ତି। ଆପଣମାନଙ୍କ ଆଶୀର୍ବାଦ, ପୋଷ୍ଟ, କାହାଣୀ, ବାର୍ତ୍ତା ଏବଂ ଅନେକ ଭଲପାଇବା ସବୁକିଛି ଆମକୁ ବହୁତ ଖୁସି କଲା ’। ନେହାଙ୍କ ଫଟୋରେ ତାଙ୍କ ଭାଇ ଟନି କକ୍କର ଏବଂ ଭଉଣୀ ସୋନୁ କକ୍କର ବିବାହ ବାର୍ଷିକୀର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri