ପ୍ରଥମ ବିବାହ ବାର୍ଷିକୀ ପାଳନ କଲେ ଏହି ଯୋଡ଼ି

ମୁମ୍ବାଇ: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ ଆଡକୁ ମୁହାଁଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କାଜଲ ୨୦୨୦ ଅକ୍ଟୋବର ୩୦ରେ ବ୍ୟବସାୟୀ ଗୌତମ କିଚ୍‌ଲୁଙ୍କୁ ବିବାହ କରିଥିଲେ। ଆଜି ହେଉଛି କାଜଲ ଏବଂ ଗୌତମଙ୍କ ବିବାହବାର୍ଷିକୀ। ଏହି ଅବସରରେ ସୋସିଆଲ ମିଡିଆରେ ଦୁହେଁ କିଛି ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି।

ସୋସିଆଲ ମିଡିଆରେ କାଜଲ ବହୁତ ଆକ୍ଟିଭ୍‌। ସେ ଅନେକ ସମୟରେ ତାଙ୍କର ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ଆଜି ଶେୟାର କରିଥିବା ଫଟୋରେ ଉଭୟ କଳା ଡ୍ରେସ୍‌ ପିନ୍ଧିଛନ୍ତି। କାଜଲ ଗୌତମଙ୍କ କୋଳରେ ବସିଥିବା ନଜର ଆସିଛନ୍ତି। ଦୁହିଁଙ୍କ ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

ଫଟୋ ଶେୟାର କରି କାଜଲ କ୍ୟାପଶନ ଲେଖିଛନ୍ତି, ମୁଁ ତୁମକୁ ବହୁତ ଭଲ ପାଏ। ପ୍ରଥମ ବିବାହ ବାର୍ଷିକୀରେ ମୋର ଅଜସ୍ର ଭଲ ପାଇବା। ମୁଁ ଜାଣେନା ଏହି ବର୍ଷ କିପରି ହେଲା, କିନ୍ତୁ ଏହା ମୋ ଜୀବନର ସର୍ବୋତ୍ତମ ଅଧ୍ୟାୟ ହୋଇଗଲା। ଯେତେବେଳେ ତୁମର ବୟଫ୍ରେଣ୍ଡ୍‌, ଓ୍ବାର୍କଆଉଟ ସାଙ୍ଗ ଏବଂ ସାଙ୍ଗ ହୋଇ ବୁଲୁଥିବା ସାଥୀ ଜୀବନ ସାଥୀ ହୋଇଯାଆନ୍ତି ସେତେବେଳେ ଜୀବନ ଆହୁରି ସହଜ ହୋଇଯାଏ। ବିବାହ ବାର୍ଷିକୀ ଅନେକ ଅନେକ ଶୁଭେଚ୍ଛା ବୋଲି ସେ ଲେଖିଛନ୍ତି।

Share