ନ୍ୟାୟ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ ଦମ୍ପତି

ଖୋର୍ଦ୍ଧା ଅଫିସ,୨୯।୧୨: ଖୋର୍ଦ୍ଧା ଜିଲାରେ ସରକାରୀ ଓ ମହାପ୍ରଭୁଙ୍କ ଜମି, କାଜୁ ଜଙ୍ଗଲ ଉପରେ ପଥର ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଏପରିକି ସ୍ଥିତିବାନ ପ୍ଲଟ ମଧ୍ୟ ବାଦ୍‌ ପଡ଼ିନି। ପ୍ରତିବାଦ କଲେ ମିଳୁଛି ହତ୍ୟା ଧମକ। ଏଥିସହ ପୋଲିସ ନିକଟରେ ଅଭିଯୋଗ କଲେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଉଛନ୍ତି। ଏନେଇ ସୋମବାର ଜଙ୍କିଆ ଥାନା ଅଧୀନ ମଳିପଡ଼ା ଠାରେ ରହୁଥିବା ଏକ ଦମ୍ପତି ଜିଲା ଆରକ୍ଷୀ ଅଧୀକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ମଳିପଡା ଠାରେ ପ୍ରଦୀପ ନରେନ୍ଦ୍ର ଜିତସିଂ ଓ ସ୍ତ୍ରୀ ସୁବାସିନୀ ରୁହନ୍ତି। ନରସିଂହପ୍ରସାଦ ମୌଜା ସ୍ଥିତ ଖାତା ନଂ.୩୭୭/୦୬, ପ୍ଲଟ ନଂ. ୭୬ ଓ ୧୪୭, ପ୍ଲଟ ନଂ. ୧୬, ୮୯୫, ୯୩, ୯୨ ଏବଂ ୩୦ରେ ସ୍ଥିତିବାନ ଜମି ରହିଛି। ଏହି ଜମିରୁ କେତେଜଣ ଦୁର୍ବୃତ୍ତ ଅନୁପସ୍ଥିତିର ସୁଯୋଗ ନେଇ ମୋରମ ଏବଂ ମାଙ୍କଡା ପଥର ଦୈନିକ ଶହ ଶହ ଟ୍ରକ୍‌ରେ ଉତ୍ତୋଳନ କରି ଚୋରା ଚାଲାଣ କରୁଛନ୍ତି। ଏଥିସହିତ ପ୍ରଦୀପଙ୍କ ଜମିରେ ରହିଥିବା କାଜୁ ଜଙ୍ଗଲ କାଟି ପଦା କରି ଦେଇଛନ୍ତି। ସେଠାରୁ ମଧ୍ୟ ଚୋରା ଚାଲାଣ ଚାଲିଛି। ଫଳରେ ଜମିରେ ୩୦ରୁ ୪୦ ଫୁଟ ଗାତ ସୃଷ୍ଟି ହେଲାଣି। ବହୁ ମୂଲ୍ୟବାନ ଜମି ଅନୁପଯୁକ୍ତ ହୋଇପଡିଛି। ଏନେଇ ସ୍ଥାନୀୟ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅନ୍ୟପଟେ ଜମିକୁ ଗଲେ, ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରୁଛନ୍ତି। ଥାନାରେ ଅଭିଯୋଗ କଲେ, ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ଅନ୍ୟପଟେ ଜମିରେ ବେଆଇନ ଖଣିଜ ପଦାର୍ଥ ଉତ୍ତୋଳନ ଜାରି ରହିଛି। ଦୁର୍ବୃତ୍ତଙ୍କ କବଳରୁ ବେଆଇନ ଖଣି ଉତ୍ତୋଳନ ବନ୍ଦ କରିବା ସହ ସେମାନଙ୍କୁ ସୁରକ୍ଷା ପ୍ରଦାନ ଲାଗି ଦାବିରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri