ଦେଶର ସର୍ବବୃହତ୍‌ ଇଲେକ୍‌ଟ୍ରୋନିକ୍ସ ସେଲ୍‌

ଭୁବନେଶ୍ୱର,୨୩|୧: ଚଳିତ ସାଧାରଣତନ୍ତ୍ର ଦିବସକୁ ଆଖି ଆଗରେ ରଖି ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ଦେଶର ସର୍ବବୃହତ୍‌ ଇଲେକ୍‌ଟ୍ରୋନିକ୍ସ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏହା କମ୍ପାନୀର ଡିଜିଟାଲ ଇଣ୍ଡିଆ ସେଲ୍‌ ଭାବେ ମଧ୍ୟ ପରିଚିତ। ରିଲାଏନ୍ସ ଡିଜିଟାଲ୍‌ ଷ୍ଟୋର, ମାଇଁ ଜିଓ ଷ୍ଟୋର ସହିତ ଏହାର ଓ୍ବେବ୍‌ସାଇଟ ଜରିଆରେ ମଧ୍ୟ ଗ୍ରାହକ ସେମାନଙ୍କ ପସନ୍ଦର ସାମଗ୍ରୀ, ଆକର୍ଷଣୀୟ ଅଫର ଓ ଡିସ୍‌କାଉଣ୍ଟର ଲାଭ ଉଠାଇପାରିବେ ବୋଲି କୁହାଯାଉଛି। ଏହାର ସମସ୍ତ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଉପରେ ସର୍ବୋତ୍ତମ ଡିଲ୍‌ ସହିତ ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଉପରେ ୬% ତୁରନ୍ତ ରିହାତି ପ୍ରଦାନ କରୁଛି। ସେହିଭଳି ସିଟି ବ୍ୟାଙ୍କର ଗ୍ରାହକମାନେ ମଧ୍ୟ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ ଓ ଇଏମ୍‌ଆଇ ଟ୍ରାଞ୍ଜାକ୍‌ସନ ଉପରେ ୧୦% ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟର ଲାଭ ହାସଲ କରିପାରିବେ। ସେହିପରି ପ୍ରତି ୫୦୦୦ ଟଙ୍କାର କ୍ରୟ ଉପରେ ୧୦୦୦ ଟଙ୍କାର ରିଲାଏନ୍ସ ଡିଜିଟାଲ୍‌ ଭାଉଚର ଗ୍ରାହକ ପାଇପାରିବେ। ଏହି ଅଫର ୨୬ ଜାନୁୟାରୀ ପର୍ଯ୍ୟନ୍ତ ବୈଧ ରହିଛି। ଏହାର ବ୍ୟାପକ ଶ୍ରେଣୀୟ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଯଥା ଟିଭି, ସ୍ମାର୍ଟଫୋନ, ଲାପ୍‌ଟପ୍‌, ରେଫ୍ରିଜରେଟର, ୱାଶିଂମେଶିନ୍‌, ୱିରେବଲ୍‌ ଏବଂ ହୋମ୍‌ ଆପ୍ଲିିଆନ୍‌ସେସ୍‌ ଉପରେ ମଧ୍ୟ ଅନେକ ଅଫର ରହିଛି। ଅପରପକ୍ଷରେ ଲାଟେଷ୍ଟ ସ୍ମାର୍ଟଫୋନ୍‌ ଯଥା ଭିଭୋ, ସାଓମି ଓ ସାମ୍‌ସଙ୍ଗ ଆଦିକୁ ଆକର୍ଷଣୀୟ ମୂଲ୍ୟରେ କ୍ରୟ କରିପାରିବେ ବୋଲି ଷ୍ଟୋର ପକ୍ଷରୁ ସୂଚନା ଦିଆଯାଇଛି। ଗୃହ ଉପକରଣକୁ ଆହୁରି ଅଧିକ ସୁବିଧାଜନକ କରିବା ପାଇଁ ରେଫ୍ରିଜରେଟର, ୱାଶିଂମେଶିନ୍‌ ଆଦି ଗୃହ ଉପକରଣରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଇଲେକ୍‌ଟ୍ରୋନିକ୍ସ କ୍ରୟର ଏହି ଅନୁଭୂତିକୁ ସହଜ କରିବା ସାଙ୍ଗକୁ ଫାଇନାନ୍ସ ଓ ଇଏମ୍‌ଆଇର ବିକଳ୍ପ ରହିଛି ବୋଲି ରିଲାଏନ୍ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri