ଦେଶ ଚାଖିବ କଳାହାଣ୍ଡି ଆମ୍ବ

ଭବାନୀପାଟଣା,୨୫।୬(ଉତ୍ତମ କୁମାର ଦାଶ)ପ୍ରଥମଥର ପାଇଁ ଦିଲ୍ଲୀରେ ପହଞ୍ଚତ୍ଛି କଳାହାଣ୍ଡିର ସାଦିଷ୍ଟ ଆମ୍ବ। ଓର୍‌ମାସ ଉଦ୍ୟମକ୍ରମେ ଏହି ଆମ୍ବ ଟିଟିଲାଗଡ଼ ରେଳ ଷ୍ଟେଶନରୁ ଦିଲ୍ଲୀ ଯାଇଥିଲା। ପ୍ୟାକେଟରେ ଓଡ଼ିଶା ଆମ୍ବ ଲେଖାଯାଇଥିବା ଷ୍ଟିକରିଂ କରାଯାଇଛି। ଦିଲ୍ଲୀର ମଦର୍‌ ଡାଏରୀ ସହିତ ଯୋଗାଯୋଗ କରି ଆମ୍ବ ପଠାଯାଇଥିଲା। କଳାହାଣ୍ଡି ଆମ୍ବର ଚାହିଦା ଦିଲ୍ଲୀରେ ବଢୁଥିବା କାରଣରୁ ପୁନର୍ବାର ଅଧିକରୁ ଅଧିକ ଆମ୍ବ ଦିଲ୍ଲୀ ପଠାଯିବ ବୋଲି ଜଣାପଡିଛି। କଳାହାଣ୍ଡି ଫୁଡ୍‌ ଆଣ୍ଡ କ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ ଏହି ଆମ୍ବ ବିକ୍ରିର ଦାୟିତ୍ୱ ବହନ କରିଛି। ଦୁଇ ପର୍ଯ୍ୟାୟରେ ଆମ୍ରପଲ୍ଲି, ଲେଙ୍ଗଡା, ମଲ୍ଲିକା, ଜାହାଙ୍ଗିର, ଗୁଲବଖସ, ବାଇଗଣପଲ୍ଲୀ, କଳାପାହାଡ଼ ଭଳି ପ୍ରାୟ ୧୦ କିସମର ଆମ୍ବ ପଠାଯାଇଛି। ତେବେ ଓର୍‌ମାସ ପକ୍ଷରୁ ଜିଲାର ନର୍ଲା, ଲାଞ୍ଜିଗଡ଼, ଭବାନୀପାଟଣା, ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ବିଭିନ୍ନ ଚାଷୀଙ୍କ ସହ ଯୋଗାଯୋଗ କରି ୪୪.୬୫ କୁଇଣ୍ଟାଲ ଆମ୍ବ ପଠାଯାଇଛି। ପ୍ରଥମ ପର୍ଯ୍ୟାୟ ଜୁନ ୧୫ରେ ୨୪ କୁଇଣ୍ଟାଲ ଓ ଦ୍ୱିତୀୟ ପର୍ଯ୍ୟାୟ ୨୧ ଜୁନରେ ୨୦.୬୫ କୁଇଣ୍ଟାଲ ଆମ୍ବ ପଠାଯାଇଛି। ଏଥର କଳାହାଣ୍ଡି ଜିଲାରେ ପ୍ରାୟ ୫ ହଜାର ଟନ୍‌ରୁ ଊର୍ଦ୍ଧ୍ୱ ଆମ୍ବ ହୋଇଥିବା ଉଦ୍ୟାନ ବିଭାଗ ପକ୍ଷରୁ ସୂଚନା ମିଳିଛି। କ୍ରମାଗତ ଭାବେ ଭବାନୀପାଟଣା ସହର ସମେତ ଜିଲାର ଅନ୍ୟାନ୍ୟ ସହରାଞ୍ଚଳରେ ଦୈନିକ ୧ ଟନ୍‌ରୁ ଅଧିକ ଆମ୍ବ ବିକ୍ରିବଟା ଚାଲିଛି। କିନ୍ତୁ ଏଥର ପ୍ରଚୁର ପରିମାଣରେ ଆମ୍ବ ହୋଇଥିବାରୁ ଉତ୍ପାଦନକାରୀ ଆଶାନୁରୂପ ଅର୍ଥ ରୋଜଗାର କରିବାରେ ସଫଳ ହୋଇପାରିନାହାନ୍ତି। ଚଳିତବର୍ଷ ଓର୍‌ମାସ ପକ୍ଷରୁ ଆମ୍ବଚାଷୀଙ୍କୁ ଆମ୍ବଶଢ଼ା ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ପରବର୍ତ୍ତୀ ସମୟରେ କଳାହାଣ୍ଡି ଫୁଡ ଆଣ୍ଡ କ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଏହି ଆମ୍ବଶଢ଼ାର ବିକ୍ରି ଦାୟିତ୍ୱ ନେବ ବୋଲି ଜଣାପଡିଛି। ଅନ୍ୟ ବର୍ଷ ତୁଳନାରେ ପ୍ରଚୁର ପରିମାଣର ଆମ୍ବ ଉତ୍ପାଦନ ଯୋଗୁ ଚାଷୀ ଶାଗମାଛ ଦରରେ ବିହାର, ରାଞ୍ଚି, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଭୁବନେଶ୍ବରକୁ ଟ୍ରିପ ଟ୍ରିପ ଆମ୍ବ ପଠାଇଥିବା ଜଣାପଡିଛି। ଭବାନୀପାଟଣା ସଦର ବ୍ଲକ ସମେତ ଜିଲାର ଲାଞ୍ଜିଗଡ଼, ଥୁଆମୂଳ ରାମପୁର, କୋକସରା, ଜୟପାଟଣା, ନର୍ଲା, ଧର୍ମଗଡ଼, କଲମପୁର, ଜୁନାଗଡ଼, କେସିଙ୍ଗା, କର୍ଲାମୁଣ୍ଡା, ଗୋଲାମୁଣ୍ଡା ଓ ମଦନପୁର ରାମପୁର ଆଦି ଅଞ୍ଚଳରେ ୧୨ ହଜାର ହେକ୍ଟରରେ ଆମ୍ବ ଗଛ ରହିଛି। ତେବେ ୩ ହଜାର ଚାଷୀଙ୍କ ୧୧ ହଜାର ହେକ୍ଟର ଜାଗାରେ ଏଥର ଆମ୍ବ ଫଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri