ପଦୋନ୍ନତି ପାଇଁ ଜାରି ବିଜ୍ଞପ୍ତିରେ ଲାଗିଲା ରହିତାଦେଶ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ପାଇଁ ଏକ ବିଜ୍ଞପ୍ତି ଜାରି ହୋଇଥିଲା। ଓଡ଼ିଶା ହାଇକୋର୍ଟ ଏହା ଉପରେ ରହିତାଦେଶ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ଯାଏ ଓପିଏସ୍‌ସି କିଛି କାର୍ଯ୍ୟାନୁଷ୍ଠାନ ନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲାରେ ଡିଏସ୍‌ପି ଭାବେ କାର୍ଯ୍ୟରତ ଗୁଣନିଧି ମଲ୍ଲିକଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।