Categories: ଫୁରସତ

ଏହି ଦେଶରେ ଏବେ ଚାଲିଛି ୨୦୧୩ ମସିହା, କାରଣ ଜାଣିଲେ…

ଦୁନିଆ ଏକ ନୂଆ ବର୍ଷରେ ପାଦ ଦେଇଛି। ଏବେ ଲୋକମାନେ ନୂଆବର୍ଷ ପାଳନ କରିବା ପରେ ନିଜ ନିଜ କାମକୁ ଫେରିଛନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ ଏପରି ଏକ ଦେଶ ଅଛି; ଯେଉଁଠାରେ ବର୍ତ୍ତମାନ ୨୦୧୩ ମସିହା ଚାଲିଛି। ଏହି ଦେଶର ନାମ ଇଥିଓପିଆ। ଏହି ଦେଶର କ୍ୟାଲେଣ୍ଡର ୭ ବର୍ଷ ୩ ମାସ ପର୍ଯ୍ୟନ୍ତ ବିଶ୍ୱ କ୍ୟାଲେଣ୍ଡରଠାରୁ ପଛରେ। ଏହି ଆଫ୍ରିକୀୟ ଦେଶ ଅନ୍ୟାନ୍ୟ କ୍ଷେତ୍ରରେ ବିଶ୍ୱଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେଉଁଠି କି ଅନ୍ୟ ଦେଶରେ ୧୨ ମାସରେ ଗୋଟିଏ ବର୍ଷ ହେଉଥିବା ବେଳେ ଏହି ଦେଶରେ ୧୩ ମାସରେ ଗୋଟିଏ ବର୍ଷ ହିସାବ ହୋଇଥାଏ।

ଇଥିଓପିଆର ଜନସଂଖ୍ୟା ପ୍ରାୟ ୮.୫ ନିୟୁତ ଅଟେ। ଯାହା ଆଫ୍ରିକାର ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ଅଟେ। ଗ୍ରେଗୋରିଆନ କ୍ୟାଲେଣ୍ଡର ପଛରେ ଇଥିଓପିଆର କ୍ୟାଲେଣ୍ଡର ପ୍ରାୟ ଆଠ ବର୍ଷ ପଛରେ ଅଛି। ଏଠାରେ ନୂତନ ବର୍ଷ ଜାନୁୟାରୀ ୧ରେ ପାଳନ କରାଯାଏ ନାହିଁ, କିନ୍ତୁ ସେପ୍ଟେମ୍ବର ୧୧ରେ ଲୋକମାନେ ନୂତନ ବର୍ଷ ପାଳନ କରନ୍ତି।

ଗ୍ରେଗୋରିଆନ କ୍ୟାଲେଣ୍ଡର ୧୫୮୨ ମସିହାରେ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ଇଥିଓପିଆରେ ଜୁଲିଆନ କ୍ୟାଲେଣ୍ଡର ବ୍ୟବହାର କରାଯାଉଥିଲା। ଯେଉଁଥିରେ ୧୨ ମାସ ୩୦ ଦିନର ଅଟେ। ଏଠାରେ ଶେଷ ମାସକୁ ପାଗିୟୁମ କୁହାଯାଏ। ଯାହାର ପାଞ୍ଚ କିମ୍ବା ଛଅ ଦିନ ଅଛି। ବର୍ଷର ଗଣନାରେ ନ ଥିବା ଦିନଗୁଡ଼ିକୁ ଯୋଗ କରି ଏହି ମାସ ପ୍ରସ୍ତୁତ କରାଯାଏ। ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ ଅନ୍ତର୍ଭୁକ୍ତ ଅଧିକାଂଶ ସ୍ଥାନ ଇଥିଓପିଆର। ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି।

Share