Categories: ଖେଳ

ମୋ ଯୋଗୁ ଦେଶ ବଦ୍‌ନାମ ହୋଇଛି, କ୍ଷମା ମାଗୁଛି: କାହିଁକି ଏମିତି କହିଲେ କ୍ରିକେଟର୍‌

ଇସଲାମାବାଦ୍‌,୮।୭: ପାକିସ୍ତାନୀ କ୍ରିକେଟର ଉମର ଅକମଲ ତାଙ୍କ ପରିବାର, ପ୍ରଶଂସକ ଏବଂ ପାକିସ୍ତାନୀ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଅକମଲ କ୍ୟାମେରା ସାମ୍ନାକୁ ଆସି ସ୍ବୀକାର କରିଛନ୍ତି ଯେ, ୨୦୨୦ରେ ସେ ଏକ ଭୁଲ କରିଛନ୍ତି, ଯେଉଁ କାରଣରୁ ତାଙ୍କ କ୍ରିକେଟ କ୍ୟାରିୟର କ୍ଷତିଗ୍ରସ୍ତ ହୋଇଛି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ। ଭିଡିଓରେ ସେ କହିଥିଲେ ଯେ ତାଙ୍କ ଯୋଗୁ ପୁରା ପାକିସ୍ତାନ ବଦନାମ ହୋଇଛି। ସୂଚନାଯୋଗ୍ୟ, ଉମର ଅକମଲଙ୍କୁ ପିସିବିର ଅନୁଶାସନ କମିଟି ଦ୍ୱାରା ବ୍ୟାନ୍‌ କରାଯାଇଥିଲା। ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଦୁର୍ନୀତି ନିବାରଣ କୋଡ୍‌ର ଦୁଇଟି ପୃଥକ ମାମଲାରେ ଉମର ଅକମଲ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅକମଲଙ୍କୁ ପ୍ରଥମେ ୩ ବର୍ଷ ପାଇଁ ନିଷେଧ କରାଯାଇଥିଲା କିନ୍ତୁ ଏହା ପରେ ତାଙ୍କର ପ୍ରତିବନ୍ଧକ ୧୮ ମାସକୁ ହ୍ରାସ କରାଯାଇଥିଲ। ଆସନ୍ତା ମାସରେ ଅଗଷ୍ଟରେ ଉମର ଅକମଲଙ୍କ ନିଷେଧାଦେଶ ଶେଷ ହେବ।

Share