Categories: ଜାତୀୟ

ଦେଶକୁ ମିଳିଲା ନୂଆ ସ୍ବାସ୍ଥ୍ୟମନ୍ତ୍ରୀ, ସାମ୍ନାରେ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବୁଧବାର ବଡ ଧରଣର ଅଦଳବଦଳ କରାଯାଇଛି। ଦେଶକୁ ମିଳିଛି ନୂଆ ସ୍ବାସ୍ଥ୍ୟମନ୍ତ୍ରୀ। ମନସୁଖ ମାଣ୍ଡଭ୍ୟଙ୍କୁ ମିଳିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସ୍ବାସ୍ଥ୍ୟ ବିଭାଗ ସହିତ ସାର ଓ ରସାୟନ ବିଭାଗର ଅତିରିକ୍ତ ଦାୟିତ୍ୱରେ ଦିଆଯାଇଛି। ଡ. ହର୍ଷବର୍ଦ୍ଧନଙ୍କ ଇସ୍ତଫା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପଦ ଖାଲି ରହିଥିଲା। ହେଲେ କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ପଦ ସମ୍ଭାଳିବା ମନସୁଖଙ୍କ ପାଇଁ ବେଶ୍‌ ଚ୍ୟାଲେଞ୍ଜ ହେବ। ସେ ଗୁଜରାଟରୁ ରାଜ୍ୟସଭା ଏମ୍‌ପି ଅଛନ୍ତି।

Share