ନିଜକୁ କରୋନାମୁକ୍ତ ଘୋଷଣା କଲା ଏହି ଦେଶ

ଜେରୁଜେଲମ,୧୯।୪: ସମଗ୍ର ଦୁନିଆ କରୋନା କବଳରେ ଥିବା ସମୟରେ ଇସ୍ରାଏଲ ଗୋଟିଏ ଦେଶ ଯିଏ କି ନିଜକୁ କରୋନାମୁକ୍ତ ଘୋଷଣା କରିଛି। ଏହି ଦେଶ ସାମୁହିକ ଟିକାକରଣ ଅଭିଯାନ ପରେ ଏବଂ କରୋନା କଟକଣା ହ୍ରାସ ପାଇବା ପରେ ସମସ୍ତ ବିଦ୍ୟାଳୟ ଖୋଲିଦେଇଛି। ଏଠାକାର ସମସ୍ତ ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟକୁ ପିଲାମାନେ ପୁଣି ଫେରିଛନ୍ତି। ସ୍ବାସ୍ଥ୍ୟ ଅଧିକାରୀମାନେ ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକକୁ ବି ଉଠାଇ ଦେଇଛନ୍ତି। କେବଳ ବଡ଼ବଡ଼ ସଭାସମିତିରେ ମାସ୍କ ଆବଶ୍ୟକ ବୋଲି ଏହି ଦେଶ ଘୋଷଣା କରିଛି।

ଇସ୍ରାଏଲ ସମଗ୍ର ଦୁନିଆରେ ଟିକାକରଣ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏହି ଦେଶର ସମସ୍ତ ଲୋକ ଟିକା ନେଇସାରିଛନ୍ତି। ଏହି କାରଣରୁ ଏଠାରେ କରୋନା ସମ୍ପର୍କିତ ସମସ୍ତ ପ୍ରତିବନ୍ଧକ ଉଠାଇ ଦିଆଯାଇଛି। ଗତ ସପ୍ତାହରେ ଏହି ଦେଶ ଘୋଷଣା କରିଥିଲା କି ବିଦେଶୀ ପର୍ଯ୍ୟଟକଙ୍କୁ ପ୍ରବେଶ କରିବାକୁ ଅନୁମତି ରହିଛି ଏବଂ ଏମାନଙ୍କର ମଧ୍ୟ ଟିକାକରଣ କରାଯିବ। କେବଳ ଏତିକି ନୁହେଁ, ଏହି ଦେଶର ଅର୍ଥ ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିଛି।

Share