ଚାଇନା ଭାକ୍ସିନ ଲଗାଇବା ଏହି ଦେଶକୁ ପଡ଼ିଲା ଭାରି, ସାମ୍ନାକୁ ଆସିଲା ସତ

ଓ୍ବାଶିଂଟନ,୪ା୬: ବାହାରେନ୍‌ ଏବଂ ସେଚେଲ୍ସ ଦେଶ ଚାଇନା ଭାକ୍ସିନ ସିନୋଭାକ୍‌ ଏବଂ ସିନୋଫର୍ମକୁ ଅଧିକାଂଶ ନାଗରିକଙ୍କୁ ପ୍ରଦାନ କରିଛନ୍ତି। ଏହା ସତ୍ତ୍ୱେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଫଳରେ ଏହି ଦେଶରେ ବର୍ତ୍ତମାନ ଫାଇଜର ଭାକ୍ସିନ ଲଗାଇବା ଆରମ୍ଭ ହୋଇଛି।

ସଂଯୁକ୍ତ ଆରବ ଏମିରେଟ୍ସ ସ୍ବାସ୍ଥ୍ୟ ବିଭାଗ ଦୁବାଇରେ ଲୋକଙ୍କୁ ଫାଇଜର ଟିକା ଦିଆଯାଉଛି। ଯେଉଁମାନେ ଚାଇନାରେ ନିର୍ମିତ ସିନୋଫର୍ମର ସମ୍ପର୍ଣ୍ଣ ଡୋଜ୍‌ ନେଇଥିଲେ ସେହିମାନଙ୍କୁ ଫାଇଜର ଟିକା ଦିଆଯାଉଛି। ବାହାରେନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବଡ଼ଧରଣ ଟିକାକରଣ ସତ୍ତ୍ୱେ ଯେତେବେଳେ କରୋନା ସଂକ୍ରମଣ ବୃଦ୍ଧି ଘଟୁଛି ସେତେବେଳେ ଲୋକଙ୍କୁ ଫାଇଜର ଏବଂ ବାଇନୋଟେକ୍‌ ଭାକ୍ସିନ ଦେବା ଆରମ୍ଭ ହେଲା। ବାହାରେନ ସ୍ବାସ୍ଥ୍ୟ ବିଭାଗର ସଚିବ ଓ୍ବାଲିଦ ଖଲିଫା ଅଲ୍‌ମାନିଆ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାର ସିନୋଫର ଟିକା ପ୍ରାୟ ୬୦ ପ୍ରତିଶନ ନାଗରିକ ନେଇସାରିଛନ୍ତି। ବର୍ତ୍ତମାନ ୯୦ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Share