୨ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ଭୋଟ ଗଣତି

ଭୁବନେଶ୍ୱର,୨୬।୩:(ବ୍ୟୁରୋ): ଆଜି ଆସିବ ପୌର ଫଳାଫଳ। ତେବେ ସକାଳ ୮ଟାରୁ ମହାନଗର ନିଗମ ଓ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଯାଇଛି। ତେବେ ଭୁବନେଶ୍ୱର ଗତକାଲି ଗଣ୍ଡଗୋଳ ପାଇଁ ୨ ଘଣ୍ଟା ବିଳମ୍ବରେ ଗଣତି ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡରେ ଓ୍ବାର୍ଡ ନଂ- ୧ରୁ ୭, ୨୩ରୁ ୨୭, ୩୫ରୁ ୪୧ ଏବଂ ୫୧ରୁ ୬୨ ଓ୍ବାର୍ଡରେ ଭୋଟ ଗଣତି ଚାଲିଛି। ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର କାଉଟିଂ ସେଣ୍ଟରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେବଳ ଧାମନଗର ଏନ୍‌ଏସିରେ ଆଜି ଗଣତି ହେଉନାହିଁ।