ଅନୁଗୋଳରେ ନକଲି ବିଦେଶୀ ମଦ ସାମ୍ରାଜ୍ୟ

ଅନୁଗୋଳ ଅଫିସ, ୬ା୨:  ଅନୁଗୋଳ ସହର ଉପକଣ୍ଠ ରାଣୀଗୁଡ଼ାରୁ ମିଳିଛି ନକଲି ବିଦେଶୀ ମଦ ବ୍ୟବସାୟର ଲିଙ୍କ୍‌। ଶନିବାର ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାର୍ଡ ମିଳିତ ଭାବେ ଚଢ଼ାଉ କରି ଏକ ଭଡ଼ାଘରୁ ୧୦୦ରୁ ଊର୍ଦ୍ଧ ବସ୍ତା ମଦବୋତଲ ଠିପି, ବିପୁଳ ପରିମାଣର ଲେବଲ ଏବଂ ଏକ୍ସସାଇଜ ଆଢେଶିଭ ଲେବଲ ଜବତ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜୟ ପ୍ରକାଶ ଗୁପ୍ତା ସପରିବାର ଫେରାର ହୋଇଯାଇଛନ୍ତି। ଅପରପକ୍ଷେ ଉକ୍ତ ଭଡ଼ାଘରେ ଦୀର୍ଘ ୫ବର୍ଷ ଧରି ଏଭଳି ବେଆଇନ କାରବାର ଚାଲିଥିବାବେଳେ ଏ ସମ୍ପର୍କରେ ପାଖପଡ଼ୋଶୀ ସାମାନ୍ୟତମ ସୁରାକ ପାଇ ନ ପାରିବା ଚର୍ଚ୍ଚାର ବିଷୟ ହୋଇଛି।
ଜୟପ୍ରକାଶ ରାଣୀଗୁଡ଼ା ଅଞ୍ଚଳରେ ଦୀର୍ଘ ୫ବର୍ଷ ହେଲା ଭଡ଼ା ସୂତ୍ରରେ ରହି ନକଲି ମଦ ବ୍ୟବସାୟର କଳା ସାମ୍ରାଜ୍ୟ ଚଳାଇଥିଲେ। ରାଜ୍ୟ ବାହାରୁ ନକଲି ବିଦେଶୀ ମଦ ବୋତଲରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଆଣି ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ବାହାରକୁ ମଧ୍ୟ ପଠାଉଥିଲେ। ନିଜ କଳାକାରନାମା ଉପରେ ପରଦା ଢାଙ୍କିବାକୁ ସେ ଭଡ଼ାଘରର ଝରକାରେ କାଗଜ ପେଟି ମାରି ସିଲ୍‌ କରିଦେଇଥିଲେ। ପାଖପଡ଼ୋଶୀ ଏବଂ ଘର ମାଲିକଙ୍କୁ ସ୍ପେୟାର ପାର୍ଟ ବିଜନେସ କରୁଥିବା କହିଥିଲେ। ଉକ୍ତ ଭଡ଼ାଘରେ ତାଙ୍କ ଶାଶୁ, ଶ୍ୱଶୁର, ସ୍ତ୍ରୀ ଏବଂ ପୁଅ ମଧ୍ୟ ରହୁଥିଲେ। ସମସ୍ତଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ କରୁଥିବାରୁ ଜୟପ୍ରକାଶଙ୍କୁ ଘର ମାଲିକ କିମ୍ବା ପାଖପଡ଼ୋଶୀ କେହି ସନ୍ଦେହ କରୁ ନ ଥିଲେ।
କୋଲକାତାରୁ ବସ୍‌ରେ ବିଦେଶୀ ମଦ ବୋତଲ ଠିପି, ଲେବଲ ଏବଂ ଏକ୍ସସାଇଜ ଆଢେଶିଭ ଲେବଲ ସାମଗ୍ରୀ ଅଣାଯାଉଥିବା ବେଳେ ବାଲେଶ୍ୱରରେ ଧରାପଡ଼ିଥିଲା। ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶରେ ଗାଡ଼ିକୁ ପିଛା କରିବା ପରେ ଜୟପ୍ରକାଶଙ୍କ ଏଥିରେ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଏହାପରେ ଜୟପ୍ରକାଶ ରହୁଥିବା ଭଡ଼ାଘରେ ଚଢ଼ାଉ କରାଯାଇଥିଲା। ତେବେ କୌଣସି ସୂତ୍ରରୁ ସୂଚନା ପାଇ ଅଭିଯୁକ୍ତ ସପରିବାର ଭୁବନେଶ୍ୱର ଯାଉଥିବା କହି ଶନିବାର ସକାଳେ ଫେରାର ହୋଇ ଯାଇଛନ୍ତି। ପୋଲିସ ଏବଂ ଅବକାରୀ କର୍ମଚାରୀ ଘର ଭାଙ୍ଗି ଭିତରେ ପଶିବା ପରେ ନକଲି ମଦ ବୋତଲରେ ବ୍ୟବହାର କରାଯାଉଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ମିଳିଥିଲା। ତେବେ ନକଲି ଲେବଲ ବାରକୋଡ୍‌ ଏବଂ ସରକାରୀ ସପ୍ଲାଇ ହେଉଥିବା ଏକ୍ସସାଇଜ ଆଢେଶିଭ ଲେବଲ ଜବତ ହେବା ଅବକାରୀ ବିଭାଗକୁ ଚକିତ କରିଛି। ସେପଟେ ନକଲି ସାମଗ୍ରୀ ଅଣାଯାଉଥିବା ବସ୍‌କୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଅନ୍ୟ କେତେଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ ବଢ଼ିଛି। ଅବକାରୀ ବିଭାଗ ଗୋଇନ୍ଦା ସୂଚନା ଆଧାରରେ ତନାଘନା ଚଳାଇଛି। ଜବତ ସାମଗ୍ରୀର ଆକଳନ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ୁ ଧରିଲେ ବିଡିଓ: ସ୍ବଚ୍ଛ ଦାରିଙ୍ଗବାଡି ପାଇଁ ପ୍ରୟାସ

ଦାରିଙ୍ଗବାଡି,୨୬।୩(ଅରୁଣ ସାହୁ):କାନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ର କୁ ବିଶ୍ୱସ୍ତରୀୟ କରାଯିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ଗୋଟିଏ ସପ୍ତାହରେ ପୁଣି ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସଛ ଓ…

ପ୍ରଥମେ ସହରରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ ନା ଗାଁରେ, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬।୩: ଆଜିକାଲି ଲୋକଙ୍କ ମନରେ ଏକ ପ୍ରମୁଖ ପ୍ରଶ୍ନ ହେଉଛି ଯେ ସେମାନେ ପ୍ରଥମେ ସହରରେ ପ୍ରଥମେ ସିଲିଣ୍ଡର ପାଇବେ ନା ଗ୍ରାମାଞ୍ଚଳରେ। ବର୍ଦ୍ଧିତ ଚାହିଦା ଏବଂ…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

ପୁଣିଥରେ ହେବ କି ୱାର୍କ ଫ୍ରମ୍ ହୋମ୍ ଏବଂ ସ୍କୁଲ ସଟ୍ ଡାଉନ? ଏପରି କିଛି କହିଦେଲେ ବିଶେଷଜ୍ଞ, ସମସ୍ତେ କାବା..

ନୂଆଦିଲ୍ଲୀ,୨୬।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏହା ବିଶ୍ୱର ଶକ୍ତି ଯୋଗାଣ ଏବଂ ଇନ୍ଧନ…

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଜଗିବେ ୧୬ ପ୍ଲାଟୁନ ପୋଲିସ ଫୋର୍ସ

ପୁରୁଣା ଭୁବନେଶ୍ୱର,୨୬ା୩(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଭାରତ ସମେତ ଏହି ୫ଦେଶକୁ ଇରାନ କହିଲା ଭଲ ବନ୍ଧୁ, ଯୁଦ୍ଧ ଭିତରେ କରିଦେଲା ବଡ଼ ଘୋଷଣା, ଟ୍ରମ୍ପ ଶୁଣି ଛାନିଆ!

ତେହରାନ,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦର ୨୭ତମ ଦିନରେ, ଇରାନ ଏକ ଆଶ୍ୱସ୍ତିକର ଖବର ଦେଇଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଘୋଷଣା କରିଛନ୍ତି ଯେ ଭାରତ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri