ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ ସାଜିଛି। ପାଣିପାଗ ବିଭାଗ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି। ଅନ୍ୟପଟେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ମୁଦ୍ରାସ୍ଫୀତି ହ୍ରାସରେ ସମସ୍ୟା ସୃଷ୍ଟି କରିବା ସହ ଆର୍‌ବିଆଇ ମଧ୍ୟ ଚିନ୍ତାରେ ପଡ଼ିଛି।

ଚଳିତ ବର୍ଷର ପ୍ରଥମ ୩ମାସ ମଧ୍ୟରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ କ୍ରମାଗତ ହ୍ରାସ ଘଟିଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୧୨ରେ ପ୍ରକାଶିତ ମୁଦ୍ରାସ୍ଫୀତି ତଥ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫ ପ୍ରତିଶତରୁ ୪.୮୫ ପ୍ରତିଶତକୁ ଖସି ଆସିଛି। ଏହା ଆର୍‌ବିଆଇର ଲକ୍ଷ୍ୟଠାରୁ ୪ ପ୍ରତିଶତକୁ ହ୍ରାସ ପାଇଛି। ଡିସେମ୍ବର ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୭ ପ୍ରତିଶତ ଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ହାରାହାରି ମୁଦ୍ରାସ୍ଫୀତି ହାର ୫ ପ୍ରତିଶତ ହୋଇଛି।

ଆର୍‌ବିଆଇର ମାସିକ ବୁଲେଟିନ୍‌ ଅଶୋଧିତ ତେଲ ବ୍ୟାରେଲ ପ୍ରତି ୧୦୦ ଡଲାର ଅତିକ୍ରମ କରିପାରେ। ବୁଲେଟିନ୍‌ରେ କୁହାଯାଇଛି, ଏହି ଗ୍ରୀଷ୍ମ ଋତୁରେ ଖାଦ୍ୟ ଦରଦାମ ଉପରେ ଅତ୍ୟଧିକ ସତର୍କ ରହିବା ଆବଶ୍ୟକ କାରଣ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ଏକ ବଡ଼ ଝଟକା ଦେଇପାରେ। ଆର୍‌ବିଆଇ ଆର୍ଟିକିଲ ଅନୁଯାୟୀ, ଅସ୍ବାଭାବିକ ପାଣିପାଗ କେବଳ ମୁଦ୍ରାସ୍ଫୀତି ପାଇଁ ବିପଦ ନୁହେଁ ବରଂ ଦୀର୍ଘ ଦିନ ଧରି ଚାଲିଆସୁଥିବା ଭୌଗୋଳିକ-ରାଜନୈତିକ ଉତ୍ତେଜନା ହେତୁ ଅଶୋଧିତ ତୈଳ ଦର ମୂଲ୍ୟ ଅସ୍ଥିର ରହିପାରେ। ସମ୍ପ୍ରତି ଅଶୋଧିତ ତୈଳ ବ୍ୟାରେଲ ପିଛା ୯୧ ଡଲାରରେ ପହଞ୍ଚିଛି।

ଗତ ସପ୍ତାହରେ, ଆର୍‌ବିଆଇ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା ନୀତି ବୈଠକର ମିନିଟ ପ୍ରକାଶ କରି କହିଛି ଯେ ଏହି ବୈଠକରେ ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ସବୁଠାରୁ ବଡ ବିପଦ ବୋଲି କହିଛନ୍ତି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି , ମୁଦ୍ରାସ୍ଫୀତି ବିଷୟରେ ବହୁତ ସତର୍କ ରହିବା ଆବଶ୍ୟକ। ତେଣୁ ଏମ୍‌ପିସିର ସଦସ୍ୟ ମାଇକେଲ ଦେବବ୍ରତ ପାତ୍ର କହିଛନ୍ତି, ବର୍ତ୍ତମାନର ମୁଦ୍ରାସ୍ଫୀତିର ପ୍ରଭାବ ଏବଂ ଖାଦ୍ୟ ମୁଦ୍ରାସ୍ଫୀତି ହାରର ପ୍ରଭାବ ସମ୍ପର୍କିତ ତଥ୍ୟ ଦର୍ଶାଉଛି ଯେ ଖାଦ୍ୟ ଦର ବୃଦ୍ଧିର ଆଶଙ୍କା ରହିଛି। ମେ ୨୦୨୪ ସୁଦ୍ଧା ତାପମାତ୍ରା ବୃଦ୍ଧି ହେତୁ ମୂଲ୍ୟ ବୃଦ୍ଧି ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଖାଦ୍ୟ ପଦାର୍ଥ ଏବଂ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେତୁ ଯଦି ମୁଦ୍ରାସ୍ଫୀତି ବୃଦ୍ଧି ହୁଏ, ତେବେ ୨୦୨୪ ମସିହାରେ ମହଙ୍ଗା ଋଣରୁ ମୁକ୍ତି ପାଇବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri