Categories: ବାଣିଜ୍ୟ

ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗର ମହଙ୍ଗା ଭତ୍ତା ୮୫.୨ ପ୍ରତିଶତ

ଭୁବନେଶ୍ୱର,୩୧।୧: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଅନୁସାରେ ଗତ ନଭେମ୍ବରରେ ୧୧୯.୯ ପଏଣ୍ଟ ରହିଥିଲା। ଏହା ଗତ ଡିିସେମ୍ବରରେ ୧.୧ ପଏଣ୍ଟ ହ୍ରାସ ପାଇ ସେହି ସମୟରେ ୧୧୮.୮ ପଏଣ୍ଟରେ ରହିଛି। ସେହିଭଳି ନଭେମ୍ବରରେ ତାଳଚେର ଓ ଅନୁଗୋଳରେ ମଧ୍ୟ ଏହା ୧୨୮.୩ ପଏଣ୍ଟରେ ରହିଥିବାବେଳେ ଡିସେମ୍ବରରେ ଏହା ୧.୬ ପଏଣ୍ଟ ହ୍ରାସ ପାଇ ଉକ୍ତ ମାସରେ ଏହା ୧୨୬.୭ ପଏଣ୍ଟରେ ପହଞ୍ଚତ୍ଛି। ସେହିପରି କଟକରେ ମଧ୍ୟ ଏହା ୧୨୬.୬ ପଏଣ୍ଟରେ ଥିବାବେଳେ ଏଥିରେ ୦.୬ ପଏଣ୍ଟ ହ୍ରାସ ପାଇ ଡିସେମ୍ବରରେ ଏହା ୧୨୬.୦ ପଏଣ୍ଟକୁ ଖସି ଆସିଛି। ଅନ୍ୟପକ୍ଷରେ ନଭେମ୍ବରର ହିସାବ ଅନୁସାରେ କେନ୍ଦୁଝର ୧୨୪.୯ ପଏଣ୍ଟରେ ରହିଥିଲା। ଯାହା ଡିସେମ୍ବରରେ ୦.୩ ପଏଣ୍ଟ ହ୍ରାସ ପାଇ ୧୨୪.୬ ପଏଣ୍ଟରେ ପହଞ୍ଚିଛି ବୋଲି ସୂଚନା ମିଳିଛି।
ଅଧିକାଂଶ ସରକାରୀ କର୍ମଚାରୀ ବର୍ତ୍ତମାନ ସମୟରେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ୧୧ ପ୍ରତିଶତ ଭତ୍ତା ବୃଦ୍ଧି ହୋଇ ୨୮ ପ୍ରତିଶତରେ ପହଞ୍ଚତ୍ଛି। ଏହି ବର୍ଦ୍ଧିତ ଡିଏ ମଧ୍ୟରୁ ୪ ପ୍ରତିଶତ ପିଛିଲା ଭାବରେ ଗତ ୨୦୨୦ ଜାନୁୟାରୀ ଏବଂ ଅବଶିଷ୍ଟ ୩ ପ୍ରତିଶତ ଗତ ଜୁଲାଇ ପହିଲାରୁ ଏବଂ ବଳକା ୪ ପ୍ରତିଶତ ୨୦୨୧ ଜାନୁୟାରୀ ପହିଲାରୁ କର୍ମଚାରୀମାନେ ପାଇବେ ବୋଲି ଜଣାପଡିଛି।
ସେହିଭଳି ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ୮୧.୯ % ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ଭତ୍ତାରେ ୩.୩ % ବୃଦ୍ଧି ଘଟି ୮୫.୨% ହୋଇଛି। ସଂଶୋଧିତ ହାରରେ ଏହା ୨୬.୧୮% ହୋଇଛି। ସେମାନେ ୨୦୨୧ ଫେବୃୟାରୀ ପହିଲାରୁ ଏହା ପାଇବେ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷେ ବୀମା କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ୭୫.୨% ମହଙ୍ଗା ଭତ୍ତା ଲାଭ କରୁଛନ୍ତି। ସେମାନଙ୍କର ଡିଏରେ ୩.୩ % ବୃଦ୍ଧି ଘଟି ୭୮.୫%ରେ ପହଞ୍ଚତ୍ଛି। ଏହି ବର୍ଦ୍ଧିତ ଡିଏ ରାଶି ସେମାନେ ଫେବୃୟାରୀ ପହିଲାରୁ ପାଇବେ।
ବର୍ତ୍ତମାନ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ୧୭୧.୬% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ମହଙ୍ଗା ଭତ୍ତା ୦.୭୭% ହ୍ରାସ ପାଇ ୧୭୦.୮୩ % ହୋଇଛି। ଏହି ଭତ୍ତା ସେମାନେ ୨୦୨୧ ଏପ୍ରିଲ ପହିଲାରୁ ପାଇବେ ବୋଲି ଜଣାପଡିଛି।

Share