୫ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଏହି କରୋନା ଟିକା

ଓ୍ବାଶିଂଟନ୍‌,୨୧ା୮: ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ କମ୍ପାନୀ ବାୟୋନୋଟେକ୍‌ ଦ୍ୱାରା ଉତ୍ପାଦିତ ଏକ ନୂତନ କରୋନା ଭାଇରସ୍‌ ଟିକା ବହୁତ ଭଲ ଫଳାଫଳ ଦେଉଛି। ଏହାପୂର୍ବରୁ ପିଫାଇଜର ଗତ ମାସରେ ଅନ୍ୟ ଏକ କରୋନା ଟିକା ତଥ୍ୟ ପ୍ରକାଶ କରିଥିଲା। ପରୀକ୍ଷା ସମୟରେ ଜଣାପଡ଼ିଛି ଯେ, ପ୍ରଥମ ଟିକା ତୁଳନାରେ ଦ୍ୱିତୀୟ ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା ଅଧା ହ୍ରାସ ପାଇଛି।

କରୋନା ଟିକା ଉତ୍ପାଦନକାରୀମାନେ କହିଛନ୍ତି ଯେ, ଦ୍ୱିତୀୟ ଟିକା ଭଲ ଫଳାଫଳ ଦେଉଛି। କାରଣ ଦ୍ୱିତୀୟ ଟିକା ଉନ୍ନତମାନର। ଏହି କାରଣରୁ ପାର୍ଶ୍ୱ ପ୍ରତିକ୍ରିୟା ମାମଲା ହ୍ରାସ ପାଇଛି।

ଏହି ଟିକା ଦିଆଯାଇଥିବା କରୋନା ରୋଗୀମାନଙ୍କଠାରେ ଆଣ୍ଟିବଡିସ୍ତର ୫ଗୁଣ ଅଧିକ ବୋଲି ଜଣାପଡ଼ିଛି। ପିଫାଇଜରର ଟିକା ବିକାଶର ବରିଷ୍ଠ ଉପସଭାପତି ଓ୍ବିଲିୟମ୍‌ ଗ୍ରୁବର କହିଛନ୍ତି, ଶରୀର ଟିକାକୁ ଯେତେ ସହ୍ୟ କରେ, ଟିକା ଗ୍ରହଣ କରିବା ସେତେ ଅଧିକ।

ଆହୁରି ମଧ୍ୟ ପରୀକ୍ଷା ସମୟରେ ଜଣାପଡ଼ିଛି ଯେ, ୧୮ରୁ ୫୫ ବର୍ଷ ବୟସର ୫୦ ପ୍ରତିଶତ ଲୋକ ଯେଉଁମାନେ B1 ଟିକା ପ୍ରୟୋଗ କରିଥିଲେ ସେମାନଙ୍କ ମଧ୍ୟମ ପାର୍ଶ୍ୱ ପ୍ରତିକ୍ରିୟା ଥିବାବେଳେ ୬୫ରୁ ୮୫ବର୍ଷ ବୟସର ୧୬.୭% ଲୋକଙ୍କର ପ୍ରତିକ୍ରିୟା ଥିଲା। କିନ୍ତୁ ଦ୍ୱିତୀୟ ଟିକା ପ୍ରୟୋଗ କରିବା ସମୟରେ, ୧୮ରୁ ୫୫ ବର୍ଷ ମଧ୍ୟରେ ଲୋକଙ୍କ ପାର୍ଶ୍ୱ ପ୍ରତିକ୍ରିୟା ୧୬.୭%କୁ ଖସି ଆସିଛି ଏବଂ ୬୫ରୁ ୮୫ବର୍ଷ ମଧ୍ୟରେ ଲୋକଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri