ମିଶନ ଶକ୍ତି ଗୃହ ନିର୍ମାଣ ବିବାଦ ତେଜିଲା

ବିରିଡ଼ି,୧୧।୧୧(ଡି.ଏନ୍‌.ଏ.): ବିରିଡ଼ି ବ୍ଲକ ବତିମୀରା ପଞ୍ଚାୟତର ମିଶନ ଶକ୍ତି ଗୃହ ନିର୍ମାଣକୁ ନେଇ ବିବାଦ ତେଜିବାରେ ଲାଗିଛି। ବ୍ଲକ କର୍ତ୍ତୃପକ୍ଷ ଜନବସତିଠାରୁ ଦୂର ଗୋଚର କିସମ ଜମିରେ ଗୃହ ନିର୍ମାଣ ଆରମ୍ଭ କରିଛନ୍ତି। ହେଲେ ଯେଉଁ ସ୍ଥାନରେ ଗୃହ କରାଯାଉଛି, ତାହା ଦିନରେ ମଧ୍ୟ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ପଞ୍ଚାୟତର ୬୧ ଏସ୍‌ଏଚ୍‌ଜିର ସଭ୍ୟାମାନେ ବିରୋଧ ଜାରି ରଖିଛନ୍ତି। ଫଳରେ ବୁଧବାର ବହୁ ସଂଖ୍ୟକ ମହିଳା ଗୃହ ନିର୍ମାଣ କାମ ବନ୍ଦ କରିବା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଉକ୍ତ ପଞ୍ଚାୟତର ସରପଞ୍ଚ ସ୍ବର୍ଣ୍ଣଲତା ସେଠୀ ମଧ୍ୟ ମହିଳାଙ୍କ ଦାବି ପ୍ରତି ସହାନୁଭୂତି ଜଣାଇ ଧାରଣା ସ୍ଥଳରେ ପହଞ୍ଚତ୍ ଥିଲେ। ହେଲେ ବିଡିଓ ହେମନ୍ତ କୁମାର ମହାନ୍ତ ସେମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଇବେ ନାହିଁ ବୋଲି କହିଥିଲେ। ଯେ ପର୍ଯ୍ୟନ୍ତ ଦାବି ପୂରଣ ପାଇଁ ଧାରଣା ଚାଲିବ ବୋଲି ମହିଳା ଏସ୍‌ଏଚ୍‌ଜିର ସଭାନେତ୍ରୀ ଭାନୁପ୍ରଭା ଭୋଇ କହିଛନ୍ତି। ଅପରପକ୍ଷରେ ଗୋଚର ଜମିରେ ଗୃହ ନିର୍ମାଣ କରିବାକୁ ରାଜସ୍ବ ବିଭାଗ ଅନୁମତି ଦେଇନାହିଁ ବୋଲି ବିରିଡି ତହସିଲଦାର ସାଗରିକା ପ୍ରିୟଦର୍ଶିନୀ କହିଛନ୍ତି। ରାଜସ୍ବ ନିରୀକ୍ଷକ ଜାଗା ଚିହ୍ନଟ କରି ନିଅଁ ଖୋଳିବାକୁ କହିଛନ୍ତି ବୋଲି ବିଡିଓ ମହାନ୍ତ କହିବାରୁ ରାଜସ୍ବ-ପଞ୍ଚାୟତିରାଜ ବିଭାଗ ମୁହାଁମୁହିଁ ହୋଇଛନ୍ତି। ହଳଦିଆପଡା ମୌଜାର ଜନବସତି ନିକଟରେ ଗୃହ ନିର୍ମାଣ ପାଇଁ ମହିଳାମାନେ ଦାବି କରି ବିଡିଓ, ତହସିଲଦାର, ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ଥିଲେ। କାରଣ ଗୃହରେ ମହିଳାମାନେ ବିଭିନ୍ନ ବିକ୍ରି ଯୋଗ୍ୟ ଜିନିଷ ରଖିବା ସହ ବୈଠକ କରିବାକୁ ନିୟମ ରହିଛି। ମାତ୍ର ବ୍ଲକ ପ୍ରଶାସନ ଗୃହକୁ ଗଁାର ନିଛାଟିଆ ସ୍ଥାନରେ କରୁଛନ୍ତି, ଫଳରେ ମହିଳାମାନେ ବିରୋଧ କରୁଛନ୍ତି। ସନ୍ଧ୍ୟାରେ ମହିଳାମାନେ ଗୋଚରରେ ବେଆଇନ ଭାବେ ହେଉଥିବା ଗୃହକୁ ଭାଙ୍ଗିଦେବେ ବୋଲି ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri