ପୁଣି ବନ୍ଧା ହେଲେ ଚର୍ଚ୍ଚିତ ପ୍ରେମିକ ଟୁଙ୍ଗୁରୁ ଭୋଳ, ଏଥର ଏମିତି କାମ କରି…

ଭୁବନେଶ୍ୱର,୧ା୩(ତ୍ରିନାଥ ମହାନ୍ତି): ପୁଣି ବନ୍ଧା ହୋଇଛନ୍ତି ବହୁ ଚର୍ଚ୍ଚିତ ପ୍ରେମିକ ତଥା ଆଲୋକ ଭୋଳ ଓରଫ ଟୁଙ୍ଗୁରୁ। ପୂର୍ବରୁ ଅନେକ ଥର ଚୋରି କରି ଜେଲ୍‌ ଯାଇଥିବା ଟୁଙ୍ଗୁରୁ ଏଥର ଏକ ପାଣି ପମ୍ପ ଚୋରି କରି ଗିରଫ ହୋଇଛନ୍ତି।

ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ତମାଣ୍ଡୋ ଥାନା ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗକାରୀ ପ୍ରତାପ ଲିଙ୍ଗରାଜ ଥାନା ଅନ୍ତର୍ଗତ ରାଧିକା ନଗରରେ ରହୁଥିବା ବେଳେ ତମାଣ୍ଡୋ ଥାନା କଳିଙ୍ଗ ନଗର ପ୍ଲଟ୍‌ ନଂ. କେ-୪/୧୦୩୨ରେ ତାଙ୍କର ଏକ କୋଠାଘର କାମ ଚାଲିଛି। ଉକ୍ତ କୋଠାର ତଳ ମହଲାରେ ଲାଗିଥିବା ଏକ ପାଣି ମୋଟର ପମ୍ପକୁ ଗତ ୨୭ ତାରିଖରେ କେହି ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ କରି ତାଙ୍କୁ ଧରିଥିଲା। ପଚରାଉଚରା କରିବା ପରେ ସେ ପମ୍ପ ଚୋରି କରିଥିବା ମାନିଥିଲେ। ଏହାପରେ ଉକ୍ତ ମୋଟର ପମ୍ପକୁ ଜବତ କରାଯାଇଥିଲା।

ସୂଚନାଯୋଗ୍ୟ, ଅଭିଯୁକ୍ତ ଟୁଙ୍ଗୁରୁଙ୍କ ନାମରେ ପୂର୍ବରୁ ମଧ୍ୟ ଭରତପୁର ଥାନାରେ ଗୋଟିଏ ଏବଂ ତମାଣ୍ଡୋ ଥାନାରେ ୨ଟି ଆପରାଧିକ ମାମଲା ରହିଛି। ସେ ଦୁଇଟି ମାମଲାରେ ଗିରଫ ହୋଇ ଜେଲ୍‌ ମଧ୍ୟ ଯାଇଛନ୍ତି। ଜେଲରୁ ଫେରିବା ପରେ ପୁଣି ଚୋରିକୁ ଆପରାଇଛନ୍ତି।

ସୂଚନା ଥାଉକି, ଟୁଙ୍ଗୁରୁ ତାଙ୍କ ପ୍ରେମ ପାଇଁ ଅନେକ ଚର୍ଚ୍ଚିତ। ବର୍ଷା ଭୋଳଙ୍କୁ ପ୍ରେମ ବିବାହ କରି ସେ ଚର୍ଚ୍ଚାକୁ ଆସିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩ ମାସର ଗର୍ଭ ନଷ୍ଟ କରି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ବାପଘର ଲୋକେ ଅଭିଯୋଗ ଆଣି କହିଲେ…

ପରଜଙ୍ଗ,୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କର ୩ ମାସର ଗର୍ଭ ନଷ୍ଟ ସହ…

ଝାଡ଼ଖଣ୍ଡକୁ ହେଉଥିଲା ଗଞ୍ଜେଇ ଚାଲାଣ, କାର୍‌ ଜବତ କରି ୨ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହେବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ପୋଲିସ ଏବେ ଆକ୍ସନ ମୋଡ଼ରେ ରହିଛି। ଜିଲାରେ…

ରକ୍ଷକ ହୋଇ ଭକ୍ଷକ ସାଜିଥିବା ପୂର୍ବତନ ବିଧାୟକ ଧର୍ମଶାଳାବାସୀଙ୍କୁ କ୍ଷମା ମାଗନ୍ତୁ, ଏପରି ଅଭିଯୋଗ ଆଣି…

ଧର୍ମଶାଳା,୧ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ପୂର୍ବ ସରକାର ସମୟରେ ଅନେକ ଦୁର୍ନୀତି ହୋଇଥିବା ବେଳେ ପୋଲିସ ପ୍ରଶାସନ, ଖଣି ଉପନିର୍ଦ୍ଦେଶକ ଏବଂ ତହସିଲ ପ୍ରଶାସନ ମିଳିତ…

ଧାନଜମିରେ ଇଲେକ୍ଟ୍ରି କରେଣ୍ଟ ଦେଇ ଷଣ୍ଢକୁ ମାରିଦେଲେ ଚାଷୀ, ତାତିଲା ବଜରଙ୍ଗ ଦଳ, ପ୍ରତିବାଦରେ…

ବାଲିଆପାଳ,୧ା୩(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଲୋକେ ଷଣ୍ଢଗୁଡ଼ିକୁ ଇଲେକ୍ଟ୍ରି କରେଣ୍ଟ ଦେଇ ମାରି ଦେଉଛନ୍ତି। ଏନେଇ ବାଲିଆପାଳ ଥାନାରେ ଅଭିଯୋଗ…

ବଡ଼ଭାଇଙ୍କୁ ପଥରରେ ଛେଚି ହତ୍ୟା କଲେ ସାନ

ଝାରସୁଗୁଡ଼ା,୧ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବଡ଼ମାଳ ଥାନା ଅନ୍ତର୍ଗତ ବୃନ୍ଦାମାଲ ରେଲଓ୍ବେ ଷ୍ଟେଶନ ନିକଟରେ ଥିବା ଏକ ବସ୍ତିରେ ରହୁଥିବା ବଡ଼ଭାଇ ବିବେକନାଥ ନାଗ(୨୮)ଙ୍କୁ ସାନଭାଇ କ୍ଷୀରୋଦନାଥ…

ଆଜିଠାରୁ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ: ନିକଟତର ହେବେ ୬ ଗ୍ରହ

ଭୁବନେଶ୍ୱର,୧ା୩(ସୁଚିସ୍ମିତା ସାହୁ): ସନ୍ଧ୍ୟା ଆକାଶରେ ଶନିବାରଠାରୁ ୬ଟି ଗ୍ରହ ନିକଟତର ହେବେ। ଏହି ବିରଳ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ ୭ ଯାଏ ଦୃଶ୍ୟମାନ ହେବ। ପ୍ରତିଦିନ ସୂର୍ଯ୍ୟାସ୍ତ…

ଘରେ ପଶିଲେ କିଛି କହିବା ପୂର୍ବରୁ ଖଣ୍ଡାରେ ହାଣି ଲୁଟିନେଲେ  

ପରଜଙ୍ଗ,୧।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ଗାଁରେ ସଶସ୍ତ୍ର ଡକାୟତ ହୋଇଛି। ବିଳମ୍ବିତ ରାତିରେ ଘରେ ପଶିଲେ କିଛି କହିବା ପୂର୍ବରୁ ଠେଙ୍ଗାରେ ପିଟି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri